Advertisment

୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ !

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ଼ ଗାଁର ସନ୍ତୋଷ ପ୍ରଧାନ। ସୂଚନା ଅନୁସାରେ, ଜାନୁଆରୀ ୫ ତାରିଖରେ ନାବାଳିକା ଜଣକ ଗାଁ ନିକଟରେ ଥିବା ନାଳରେ ଗାଧୋଉଥିବା ବେଳେ ଅଲେଖ ଓ ସନ୍ତୋଷ ତାଙ୍କୁ ଟେକି […]

୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ !

girl

Advertisment

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ଼ ଗାଁର ସନ୍ତୋଷ ପ୍ରଧାନ।

Advertisment

ସୂଚନା ଅନୁସାରେ, ଜାନୁଆରୀ ୫ ତାରିଖରେ ନାବାଳିକା ଜଣକ ଗାଁ ନିକଟରେ ଥିବା ନାଳରେ ଗାଧୋଉଥିବା ବେଳେ ଅଲେଖ ଓ ସନ୍ତୋଷ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏନେଇ ଜାନୁଆରୀ ୭ ତାରିଖରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ମୁତାବକ ପୁଲିସ୍‌ ଅଲେଖ ଓ ସନ୍ତୋଷଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା। ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପକ୍ଷରେ ଅଲେଖ ଓ ସନ୍ତୋଷ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ସେମାନଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ