minor rape
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା । ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ତୁମୁଡିବନ୍ଧ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ତୁମୁଡିବନ୍ଧ ପୁଲିସ ଜଣେ ବିବାହିତ ଯୁବକଙ୍କୁ ଅଟକ ରଖିଛି । ଅଭିଯୁକ୍ତ ଜଣକ ନାଁ ଶମ୍ଭୁ ମହାରଣା ବୋଲି ଜଣାପଡିଛି।
ସୂଚନା ମୁତାବକ, ଗତକାଲି ପାଖାପାଖି ସନ୍ଧ୍ୟା ୭ଟା ସମୟରେ ନାବାଳିକା ଜଣକ ନିଜ ମାଆଙ୍କ ସହ ଘରେ ଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ କୌଣସି ଏକ ବାହାନା କରି ଘରୁ ଡାକି ଜୋର ଜବରଦସ୍ତ ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିଲେ ।
ନାବାଳିକା ଜଣକ ଚିତ୍କାର କରିବା ପରେ ସାହି ପଡ଼ିଶା ଶୁଣି ତାଙ୍କୁ ଉଦ୍ଧାର କରିବା ସହ ପୁଲିସକୁ ସୂଚନା ଦେଇଥିଲେ । ତୁମୁଡିବନ୍ଧ ପୁଲିସ ଅଭିଯୁକ୍ତକୁ କାବୁ କରିବା ସହ ଥାନାରେ ଅଟକ ରଖି ତନାଘନା ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/minor-rape_1626686373.jpg)