minor-girl-kidnapped-
ମୋହନା : ବିଳମ୍ବିତ ରାତିରେ ଘରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗ । ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାରେ ନାବାଳିକାଙ୍କ ମାଆ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ବେଳେ ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ଅଡ଼ବା ଗାଁର ଜଣେ ଯୁବକ ଘର ପଛପଟୁ ଛାତ ଉପରେ ଚଢ଼ି ନାବାଳିକାଙ୍କୁ ଅପହରଣ କରିଥିଲା।
ଏହି ସମୟରେ ପ୍ରତିରୋଧ କରିବାରୁ ନାବାଳିକାଙ୍କ ଜେଜେବାପାଙ୍କୁ ଯୁବକ ଜଣକ ମାଡ଼ ମାରିବା ସହ ମାଆଙ୍କ ବେକରୁ ୩ ଭରି ଓଜନର ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି।
ଏଥିରେ ଗାଁର ଆଉ ୪-୫ଜଣ ଯୁବକ ସହଯୋଗ କରିଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/minor-girl-kidnapped-_1626687069.jpg)