Advertisment

ଆଜି ସଂଧ୍ୟାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ପଞ୍ଚମ ଥର ପାଇଁ ଶପଥ ନେଇଥିଲେ। ଏହି ଅବସରରେ ଆଜି ସଂଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ…

author-image
Pramod Behera
ଆଜି ସଂଧ୍ୟାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

Untitled-1

ଭୁବନେଶ୍ୱର : ଆଜି ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ପଞ୍ଚମ ଥର ପାଇଁ ଶପଥ ନେଇଥିଲେ। ଏହି ଅବସରରେ ଆଜି ସଂଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହେବ। ନିର୍ବାଚନ ଇସ୍ତାହାରରେ ବିଜେଡି ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି, କେତେ ବାକି ଅଛି, ତା ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

Advertisment

ସରକାର ଆସିବା ପରେ ଫଣି ଚ୍ୟାଲେଞ୍ଜ, ତା ପରେ କରୋନା ମହାମାରୀ, ଏବେ ପୁଣି ବାତ୍ୟା ୟାସ୍ ରାଜ୍ୟରେ ଧ୍ୱଂସଲୀଳା କରିଛି । ଜାରି ରହିଛି ରିଲିଫ ଓ ପୁନର୍ବାସ ଥଇଥା କାର୍ଯ୍ୟ। ଏହାରି ଭିତରେ ରାଜ୍ୟ ସରକାର ଓ ପ୍ରଶାସନର ଆଭିମୁଖ୍ୟ ଆଗାମୀ ଦିନରେ କଣ ରହିବ, ସେ ସଂପର୍କରେ ଆଜି ସଂଧ୍ୟାରେ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇପାରନ୍ତି।

ସେହିପରି ଭିଡିଓ କନଫେରେନ୍ସିଂ ଜରିଆରେ ଆୟୋଜିତ ହୋଇଥିବା ରାଜ୍ୟ କୋଭିଡ୍ ପରାମର୍ଶଦାତା କମିଟିର ପ୍ରଥମ ବୈଠକରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ମୁକାବିଲା ଓ ମଜଭୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମତାମତ ଲୋଡିବା ସହ ରାଜ୍ୟରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ସେ କହିଛନ୍ତି ଯେ, ରାଜ୍ୟରେ କରୋନା ନିୟନ୍ତ୍ରଣରେ ଅଛି, ସଠିକ୍ ପଦକ୍ଷେପ ନିଆଯାଉଛି। କିଛି ଜିଲ୍ଲାକୁ ବାଦ୍ ଦେଲେ ରାଜ୍ୟରେ କରୋନା ଟ୍ରେଣ୍ଡ୍ ତଳକୁ ଖସୁଛି। ତେବେ ବୈଠକରେ ପରବର୍ତ୍ତୀ କରୋନା ଲହରକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ନବୀନ। ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ଅଶଙ୍କାକୁ ନେଇ ଚିନ୍ତା ବ୍ୟକ୍ତ ସହ ଆଗକୁ ଶିଶୁଙ୍କୁ ସଂକ୍ରମଣ ମୁକ୍ତ ରଖିବା ବଡ ଆହ୍ୱାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Advertisment
Advertisment