Advertisment

Irregularities in Paddy Procurement: ମିଲର୍ସ ମର୍ଜିରେ ସୋସାଇଟିରେ ଧାନ କିଣା, ମନଇଛା ଚାଷୀଙ୍କଠାରୁ ଧାନ ନେଉଛନ୍ତି

ମିଲର୍ସ ମର୍ଜିରେ ଚାଲିଛି ଧାନ କିଣା। ସୋସାଇଟିରେ ନା ସମ୍ପାଦକ ଅଛନ୍ତି ନା RMC ଅଧିକାରୀ। ମନଇଛା ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ କେଜି ଧାନ କାଟି ନେଉଛନ୍ତି ମିଲର୍ସ।

Paddy Procurement

Paddy Procurement Photograph: (OTV)

Advertisment

ମିଲର୍ସ ମର୍ଜିରେ ଚାଲିଛି ଧାନ କିଣା। ସୋସାଇଟିରେ ନା ସମ୍ପାଦକ ଅଛନ୍ତି ନା RMC ଅଧିକାରୀ। ମନଇଛା ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ କେଜି ଧାନ କାଟି ନେଉଛନ୍ତି ମିଲର୍ସ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଶଙ୍ଖଯୋଡି ସୋସାଇଟିରେ। 

Advertisment

ଖୁଲମଖୁଲା ସରକାରଙ୍କ ନିର୍ଦ୍ଦେଶର ଧଜ୍ଜିଆ ଉଡାଇଦେଇଛନ୍ତି ମିଲର୍ସ। ଚାଷୀ ପ୍ରତିବାଦ କଲେ କଟନି ଛଟନୀର ଧମକ ଦେଇ କମ୍ ଦାମରେ ଧାନ ନେଇଯାଉଛନ୍ତି। ଚାଷୀମାନଙ୍କ ପାଇଁ ପାଣି କିମ୍ବା ଟଏଲେଟର ବ୍ୟବସ୍ଥା ମଧ୍ୟ୍ୟ ନାହିଁ l ସମ୍ପାଦକ ସୋସାଇଟିକୁ ଇଛା ହେଲେ ଆସିଥାନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି। 

ତେବେ ସରକାରଙ୍କର ନିୟମ ଭିତରେ କଟନୀଛଟନୀ ନଥିଲେ ମଧ୍ୟ ଏଫଏକ୍ୟୁ ମାନ ନିର୍ଧାରଣ ନକରି କିପରି କୁଇଣ୍ଟାଲ ପିଛା ୮ କେଜି ଧାନ କଟାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି l ଚାଷୀଙ୍କ ଅଭିଯୋଗ ନେଇ ମିଲର୍ସ କିମ୍ବା ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

Iregularities In Paddy Procurement Paddy Procurement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ