Advertisment

Milk Adulteration Shock: କ୍ଷୀରରେ ମିଶୁଛି ବିଷ! ଷ୍ଟେରଏଡ ଟାବଲେଟ ସାଙ୍ଗକୁ ଦିଆଯାଉଛି ଇଞ୍ଜେକ୍ସନ୍

ଦୁଗ୍ଧ ଚାଷୀଙ୍କଠୁ ଆରମ୍ଭ କରି ବଜାରରେ ବିକ୍ରି ପର୍ଯ୍ୟନ୍ତ ଅପମିଶ୍ରଣ। ଟଙ୍କା କେଇଟା ଲାଭ ପାଇଁ ଅମୃତ ହେଉଛି ବିଷ। କ୍ଷୀର ଦୁହିଁବା ପୂର୍ବରୁ ଗାଈକୁ ଦିଆଯାଉଛି ଟାବଲେଟ୍।

Milk Adulteration

Milk Adulteration Photograph: (OTV)

Advertisment

କ୍ଷୀର ନା ଜହର। ଗାଁଠୁ ସହର, ପିଲାଠୁ ବୁଢା ସମସ୍ତେ କ୍ଷୀର ଉପରେ ନିର୍ଭରଶୀଳ। ହେଲେ ଆମେ ପିଉଥିବା କ୍ଷୀର କେତେ ଉପକାରୀ? ଯାହାକୁ କ୍ଷୀର ଭାବି ପିଉଛନ୍ତି ତାହା ଶରୀର ପାଇଁ କ୍ଷତି ପହଞ୍ଚାଉ ନାହିଁ ତ? ଯଦିଓ ସାଧାରଣ ଲୋକେ ଏହା ଜାଣିବା ମୁସ୍କିଲ ତଥାପି ବଜାରରେ କ୍ଷୀରର ଅପମିଶ୍ରଣ କଥା ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ।

Advertisment

କ୍ଷୀର ଦୁହିଁବା ପୂର୍ବରୁ ଆରମ୍ଭ କରି ହାତକୁ ଆସିବା ପର୍ଯ୍ୟନ୍ତ, କମ୍ପାନୀକୁ ବିକ୍ରିଠାରୁ ଆରମ୍ଭ କରି ପ୍ୟାକେଜିଂ ଯାଏ ସବୁ ସ୍ତରରେ ହେଉଛି ଅପମିଶ୍ରଣ। କ୍ଷୀର ବଢାଇବାକୁ ଗାଈଙ୍କ ଦେହରେ ଦିଆଯାଉଛି ଷ୍ଟେରଏଡ ଇଞ୍ଜେକ୍ସନ ଅକ୍ସିଟୋସିନ। ଆଉ କିଛି ଚାଷୀ ଟାବଲେଟ ଦିଅନ୍ତି।

ବଜାରରେ ମିଳୁଥିବା ଶସ୍ତା ଷ୍ଟେରଏଡ ଟାବଲେଟ ଦେଇ ଗାଈଙ୍କ କ୍ଷୀର ଦେବାର କ୍ଷମତାକୁ ବଢାଇ ଦିଅନ୍ତି। ଦୁହିଁବାର କିଛି ସମୟ ପୂର୍ବରୁ ଏହାକୁ ଦେଲେ ଗାଈଙ୍କର କ୍ଷୀର ଦେବା କ୍ଷମତା ବଢିଯାଏ। ଏପରିକି କ୍ଷୀର ବିକ୍ରି ସମୟରେ ଚିନି ଓ ଲୁଣ ମିଶା ଯାଉଛି। ଯାହାଦ୍ବାରା ଅଧିକ ପଏଣ୍ଟ ଉଠୁଛି ଆଉ ଟଙ୍କା ବି ବେଶୀ ମିଳୁଛି।

Advertisment

ଏମିତିକି ଶେଷରେ ଦୁଗ୍ଧ କମ୍ପାନୀଙ୍କ ପାଖକୁ ଆସିଲା ପରେ ସେଥିରେ ସିନ୍ଥେଟିକ ପାଉଡର ମିଶା ଯାଉଛି। ଏଥିସହ ଆହୁରି ଅନେକ କିଛି କେମିକାଲ ବି ମିଶାଇ ପ୍ୟାକେଜିଂ କରାଯାଉଛି । ଅପମିଶ୍ରୀତ କ୍ଷୀର ଖାଇବା ଦ୍ବାରା ଶରୀରରେ ହରମୋନ ସନ୍ତୁଳନ ରହି ନଥାଏ।

•    କ୍ଷୀରରେ ବିଷ ?
•    ଆମେ ଖାଉଥିବା କ୍ଷୀର କେତେ ଉପକାରୀ ?
•    ଯାହା କ୍ଷୀର ଭାବି ପିଉଛନ୍ତି ଶରୀର ପାଇଁ କ୍ଷତି ପହଞ୍ଚାଉଛି କି ?
•    ବଜାରରେ କ୍ଷୀରରେ ହେଉଛି ଅପମିଶ୍ରଣ !
•    ଦୁଗ୍ଧ ଚାଷୀଙ୍କଠୁ ଆରମ୍ଭ କରି ବଜାରରେ ବିକ୍ରି ପର୍ଯ୍ୟନ୍ତ ଅପମିଶ୍ରଣ 
•    ଟଙ୍କା କେଇଟା ଲାଭ ପାଇଁ ଅମୃତ ହେଉଛି ବିଷ
•    କ୍ଷୀର ଦୁହିଁବା ପୂର୍ବରୁ ଗାଈକୁ ଦିଆଯାଉଛି ଟାବଲେଟ୍ 
•    ଷ୍ଟେରଏଡ ଟାବଲେଟ ସାଙ୍ଗକୁ ଦିଆଯାଉଛି ଇଞ୍ଜେକ୍ସନ୍ 
•    ଚିନି-ଲୁଣ ମିଶାଇ ବେପାରୀ ଉଠାଉଛନ୍ତି ମିଟର କଣ୍ଟା
•    ସିନ୍ଥେଟିକ୍ ପାଉଡର ମିଶାଇ ବିକ୍ରି କରାଯାଉଛି କ୍ଷୀର

Advertisment
Milk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ