amania
ବାଲୁଗାଁ: ପୁଣିଥରେ ଚେନ୍ ପୁଲିଂ କରି ଧରାପଡିଲେ ଅମାନିଆ। ପ୍ରବାସ ଫେରନ୍ତା ଓଡିଆ ଚେନ୍ନାଇରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଶ୍ରମିକ ସ୍ପେସାଲ ଟ୍ରେନରେ ଚେନ ଟାଣି ଓହ୍ଲାଇପଡିଥିଲେ। ପ୍ରବାସୀ ଓଡିଆ ବାଲୁଗାଁ ନିକଟ ଧୁଆଁଳ ଗେଟ ନିକଟରେ ୪୪ ଜଣ ଚେନ ଟାଣି ପଳାଇବାକୁ ଉଦ୍ୟମ କରୁଥିଲେ।
ତେବେ ପୋଲିସ ସେମାନଙ୍କୁ ଅଟକ ରଖି ଗାଡି ଯୋଗେ ପଠାଇବାର ବ୍ୟବସ୍ଥା କରିଥଲା। ସେମାନଙ୍କ ମଧ୍ୟରୁ ୩୧ ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ବାଣପୁରର ୧୦ ଜଣ, ବାଲୁଗାଁର ୨ ଜଣ ଓ ଟାଙ୍ଗୀର ଜଣେ ଥିବା ଜଣାପଡିଛି ।
ପ୍ରକାଶଥାଉକି, ଏପରି ଘଟଣା ବାରମ୍ବାର ଘଟୁଛି। ନିକଟ ଅତୀତରେ ଟ୍ରେନରେ ପ୍ରବାସୀ ଆସୁଥିବା ବେଳେ ଚେନ୍ ପୁଲିଂ କରି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ପୋଲିସ୍ ଓ ଆରପିଏଫ କାବୁ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/amania_1626695868.jpg)