Advertisment

Migrant Worker’s Body Stuck: ସରୁନି ଦାଦନ ଦୁଃଖ, ଟଙ୍କା ଅଭାବରୁ ଆସିପାରୁନି ଶବ

ବଲାଙ୍ଗିରରେ ସରୁନି ଦାଦନ ଦୁଃଖ। ଟଙ୍କା ଅଭାବରୁ ୪ ଦିନ ହେଲା ଆସିପାରୁନି ଶବ। କେରଳରେ ଫସି ରହିଛି ମୃତଦେହ। ସେଠାରେ ଅସୁସ୍ଥ ହୋଇ ହୋଇଛି ମୃତ୍ୟୁ।

Migrant Worker Body Stuck

Migrant Worker Body Stuck Photograph: (OTV)

Advertisment

ବଲାଙ୍ଗିରରେ ସରୁନି ଦାଦନ ଦୁଃଖ। ଟଙ୍କା ଅଭାବରୁ ଚାରି ଦିନ ହେଲା କେରଳରୁ ଆସିପାରୁନି ଶବ। ଦାଦନ ଖଟିବାକୁ ଯାଇ ପୁଣି ଶବ ହୋଇଛି ଜଣେ ଶ୍ରମିକ | ଟଙ୍କା ଅଭବାରୁ ଚାରି ଦିନ ହେଲା ବାହାର ରାଜ୍ୟରୁ ଭିଟାମାଟିକୁ ଆସିପାରୁନି ଶବ | ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁରେ।

Advertisment

ବଳରାମ ପଧାନ ନାମକ ଯୁବକ ଦୀର୍ଘ ବର୍ଷ ହେଲା କେରଳକୁ ଦାଦନ ଖଟିବାକୁ ଯାଇଥିଲେ | ଏଥର ଧାନ ଚାଷ ପରେ ଗାଁ ପ୍ୟାକ୍ସରେ ଧାନ ବିକ୍ରି କରିଥିଲେ | କିନ୍ତୁ କେରଳରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା ଧାନ ବିକ୍ରି ଟଙ୍କା | ଟଙ୍କା ଆଣିବାକୁ ଚାରିଦିନ ତଳେ କେରଳକୁ ଯାଇଥିଲେ |

ସେଠି ଅସୁସ୍ଥ ହୋଇ ବଳରାମଙ୍କ ମୃତ୍ୟୁ ହୋଇଥିଲା | ଏବେ ଶବ ଆଣିବା ପାଇଁ ଟଙ୍କା ନାହିଁ | ତେଣୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୃତକଙ୍କ ପରିବାର ସହିତ ଜିଲ୍ଲାପାଳ, ଏସପି ଓ ଶ୍ରମ ଅଧିକାରୀଙ୍କୁ ଭେଟିଛନ୍ତି |

Advertisment
Death Of Migrant Worker Migrant Worker Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ