manasika rogi
ଭଦ୍ରକ: ଯୁବକଙ୍କ ଉଚିତ୍ ପଦକ୍ଷେପ ଯୋଗୁ ବଞ୍ଚିଗଲା ମା’ ପୁଅର ଜୀବନ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି।
କିଛିମାସ ତଳେ ମାନସିକ ବିକୃତି ଓ ଅସହାୟତାର ସୁଯୋଗ ନେଇ କେହି ଦୁବୃର୍ତ୍ତ ଏହି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ଗର୍ଭବତୀ ଥିଲେ। ଗତକାଲି ମହିଳା ଜଣଙ୍କ ବନ୍ତ ଛକ ନିକଟରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେବାସହ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।
/odishatv-khabar/media/post_attachments/wp-content/uploads/2020/02/mental.jpg)
ଏନେଇ ଖବର ପାଇବା ପରେ କିଛି ସାମାଜିକ କର୍ମୀ ସେଠାରେ ପହଞ୍ଚି ମହିଳା ଓ ନବଜାତ ଶିଶୁକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଉଭୟ ମା’ ପୁଅ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ତେବେ ମହିଳା ଜଣଙ୍କ ମାନସିକ ରୋଗୀ ହୋଇଥିବାରୁ ତାଙ୍କର ଓ ତାଙ୍କ ସ୍ୱାମୀଙ୍କ ପରିଚୟ ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/manasika-rogi_1627110109.jpg)