Advertisment

ମେଡିକାଲରୁ ତଡ଼ା ଖାଇଲେ ଗର୍ଭବତୀ, ବସ୍ ଷ୍ଟାଣ୍ଡରେ କଲେ ପ୍ରସବ

ନୟାଗଡ଼: କରୋନା ସନ୍ଦେହରେ ମିଳିଲାନି ଗର୍ଭବତୀଙ୍କୁ ଡାକ୍ତରୀ ସେବା। ବସ୍‌ଷ୍ଟାଣ୍ଡରେ ରାତି କାଟିଲେ। ଆଉ ସେଠି ହିଁ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ମା’ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁବେଳେ ଡେଙ୍ଗୁରା ପିଟୁଥିବା ବେଳେ ସ୍ୱାସ୍ଥ୍ୟ ସେବାର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ରାଜସୁନାଖଳା ବସ୍‌ ଷ୍ଟାଣ୍ଡରେ। ପ୍ରସୂତି ଜଣଙ୍କ ହେଉଛନ୍ତି ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁର ହାଇଦର […]

ଅଦ୍ୟତନ ହୋଇଛି
ମେଡିକାଲରୁ ତଡ଼ା ଖାଇଲେ ଗର୍ଭବତୀ, ବସ୍ ଷ୍ଟାଣ୍ଡରେ କଲେ ପ୍ରସବ

nayagadaa

Advertisment

ନୟାଗଡ଼: କରୋନା ସନ୍ଦେହରେ ମିଳିଲାନି ଗର୍ଭବତୀଙ୍କୁ ଡାକ୍ତରୀ ସେବା। ବସ୍‌ଷ୍ଟାଣ୍ଡରେ ରାତି କାଟିଲେ। ଆଉ ସେଠି ହିଁ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ମା’ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁବେଳେ ଡେଙ୍ଗୁରା ପିଟୁଥିବା ବେଳେ ସ୍ୱାସ୍ଥ୍ୟ ସେବାର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ରାଜସୁନାଖଳା ବସ୍‌ ଷ୍ଟାଣ୍ଡରେ।

Advertisment

ପ୍ରସୂତି ଜଣଙ୍କ ହେଉଛନ୍ତି ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁର ହାଇଦର ଖାଁଙ୍କ ପତ୍ନୀ ମୟୁରୁମ ବିବି। ଗତକାଲି ଘରେ କେହି ନଥିବା ବେଳେ ମୟୁରୁମଙ୍କ ପ୍ରସବ ବେଦନା ହୋଇଥିଲା। ଯାହା ଫଳରେ କି ସେ ନିଜେ ୧୦୨ଆମ୍ୱୁଲାନ୍ସକୁ ଫୋନ କରି ଡାକିଥିଲେ। ଏହାପରେ ତାଙ୍କର ୧୦ ବର୍ଷର ଝିଅ ସହିତ ରାଜ ସୁନାଖଳା ମାତୃ ଶିଶୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତର ସେଠାରେ ନଥିଲେ। କରୋନା ହୋଇଥିବା କହି ତାଙ୍କୁ ଗତ ରାତିରେ କର୍ମଚାରୀ ମେଡିକାଲରୁ ତଡ଼ି ଦେଇଥିବା କହିଛନ୍ତି ମୟୁରୁମ।

ଏତେ ରାତିରେ କ’ଣ କରିବେ ଭାବି ୧କିମି ଚାଲି ଚାଲି ବସ୍‌ ଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏତିକିରେ ସରି ନଥିଲା ତାଙ୍କର ଦୁର୍ଦ୍ଦଶା। ଛୁଆ ଓ ମା’କୁ ବାନ୍ଧି ରଖିଥିବା ନାହି ନାଡ଼ କାଟିବା ପାଇଁ ମହିଳା ଜଣଙ୍କ ବିକଳରେ ବ୍ଲେଡ଼ ମାଗୁଥିଲେ ବି ,ତାଙ୍କ କଥା ଶୁଣିବାକୁ କାହା ପାଖରେ ସମୟ ନଥିଲା।

Advertisment

ଖବର ପାଇ ଘଟଣା ସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି କାଳ ବିଳମ୍ୱ ନକରି ୧୦୮ ଆମ୍ୱୁଲାନ୍ସ ଫୋନ କରିଥିଲେ। ଆମ୍ୱୁଲାନ୍ସ କର୍ମଚାରୀ ପହଞ୍ଚି ନାହି ନାଡ଼ି କାଟିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ମା’ ଓ ଛୁଆକୁ ରାଜ ସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ