Advertisment

MD OMC Visits Iron Ore Mines: ବଡ଼ବିଲ ଖଣି ଅଞ୍ଚଳ ପରିଦର୍ଶନ କଲେ ଓଏମ୍‌ସି ଏମ୍‌ଡ଼ି, ଉତ୍ପାଦନ ବୃଦ୍ଧି ପାଇଁ କଲେ ଆଲୋଚନା

ବଡ଼ବିଲ ଅଞ୍ଚଳରେ ଲୁହାପଥର ଖଣି ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ଓଡ଼ିଶା ଖଣି ନିଗମ ଏମ୍‌ଡି ସୁଧାଂଶୁ ମୋହନ ସାମଲ। ଉତ୍ପାଦନ ବୃଦ୍ଧି, ସ୍ୱଚ୍ଛତା ଓ ଗୁଣବତ୍ତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

OMC

OMC Photograph: (OTV)

Advertisment

ବଡ଼ବିଲ ଅଞ୍ଚଳରେ ଲୁହାପଥର ଖଣିଗୁଡ଼ିକ ପରିଦର୍ଶନ କରିଛନ୍ତି ଓଡ଼ିଶା ଖଣି ନିଗମ ଏମ୍‌ଡି ସୁଧାଂଶୁ ମୋହନ ସାମଲ।  ସେ ସମୀକ୍ଷା ମଧ୍ୟ କରିଛନ୍ତି । ତାଙ୍କ ସହିତ ନିର୍ଦ୍ଦେଶକ (ମାନବ ସମ୍ୱଳ) ଆଲୋକ କୁମାର ପାଲ, ନିର୍ଦ୍ଦେଶକ (ଅର୍ଥ) ବନ ବିହାରୀ ପାଣି ଏବଂ ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୀକ୍ଷା ସମୟରେ OMCର ପ୍ରମୁଖ ଖଣି କାର୍ଯ୍ୟଗୁଡ଼ିକରେ କାର୍ଯ୍ୟଦକ୍ଷତା ସହ ଉତ୍ପାଦନ ବଢ଼ାଇବା, ବିଭିନ୍ନ ଯନ୍ତ୍ରପାତିର ସୁବିନିଯୋଗ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। 

Advertisment

ପ୍ରଥମ ଦିନରେ ଗୁଆଳି, ବାଂଶପାଣି ଏବଂ ଜିଲିଙ୍ଗ-ଲାଙ୍ଗାଲୋଟା ଲୁହାପଥର ଖଣିରେ ସେ କାର୍ଯ୍ୟର ସମୀକ୍ଷା କରିଥିଲେ । ଗୁଆଳି, ବଂଶପାଣି, ଜିଲିଙ୍ଗ-ଲାଙ୍ଗାଲୋଟା, ଗନ୍ଧମାର୍ଦ୍ଦନ, ତିରିଂପାହାଡ, ରୋଇଡା ସି, ଉଞ୍ଚାବଲି, ଖଣ୍ଡବନ୍ଧ ଏବଂ ଦୁବନା-ସେକରାଡିହି ସମେତ ବଡ଼ବିଲ ଅଞ୍ଚଳର ସବୁ ଖଣିର ପରିଚାଳକମାନଙ୍କ ସହିତ ଆଲୋଚନା କରିଥିଲେ।

ଗତ ଆର୍ଥିକ ବର୍ଷ ତୁଳନାରେ ଲୁହାପଥର ଉତ୍ପାଦନରେ ଅଧିକ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଖଣି ପରିଚାଳକମାନଙ୍କ ସହିତ ଟିମ୍‌ ଗଠନ, ସମନ୍ୱୟ ଏବଂ ସମୟୋଚିତ ପ୍ରତିବନ୍ଧକ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗୁଆଳି ଏବଂ ବାଂଶପାଣି ଖଣିରେ ଗତ ଆର୍ଥିକ ବର୍ଷ ଅପେକ୍ଷା ଅଧିକ ଉତ୍ପାଦନ ବଢାଇବା ସହ ସ୍ୱଚ୍ଛତା ଓ ଗୁଣବତ୍ତା ଦାୟିତ୍ୱ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବାକୁ ସେ କହିଥିଲେ ।

Advertisment

ଦ୍ୱିତୀୟ ଦିନରେ ପରିଚାଳନା ନିର୍ଦ୍ଦେଶକ ରୋଇଡା ସି, ତିରିଂପାହାଡ, ଖଣ୍ଡବନ୍ଧ, ଉଞ୍ଚାବଲି ଏବଂ ଡୁବୁନା-ସେକରାଡିହି ଖଣିରେ କାର୍ଯ୍ୟକ୍ଷମତା ସ୍ଥିତିର ସମୀକ୍ଷା କରିଥିଲେ।

OMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ