Advertisment

ଚର୍ଚ୍ଚାରେ ଚକୋଲେଟ୍ ଗାର୍ଲ: Odisha's Chocolate Girl Pragyan Paramita

ମୟୂରଭଞ୍ଜ: କିଏ ଡାକ ଟିକଟ ତ କିଏ ଖବର କାଗଜ, ପୁଣି କିଏ କାଗଜ ନୋଟ ସଂଗ୍ରହ କରୁଥିବା କଥା ଆପଣମାନଙ୍କ ନଜରକୁ ଆସିଥିବl ତେବେ ଭିନ୍ନ ଭିନ୍ନ ଦେଶର ଚକୋଲେଟ ଜରି ସଂଗ୍ରହ କରି ରେକର୍ଡ କରିବା ନିଶା ଶୁଣିଛନ୍ତି କି ? ଭାରତ ତଥା ବିଭିନ୍ନ ଦେଶରୁ ଚକୋଲେଟ ଜରି ସଂଗ୍ରହ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ ମେଣ୍ଢାଖାଇର ଅଞ୍ଚଳର ଝିଅ ପ୍ରଜ୍ଞା ପରମିତା ମନ୍ତ୍ରୀ […]

ଅଦ୍ୟତନ ହୋଇଛି
ଚର୍ଚ୍ଚାରେ ଚକୋଲେଟ୍ ଗାର୍ଲ: Odisha's Chocolate Girl Pragyan Paramita

Chocolate Girl Pragyan Paramita

Advertisment

ମୟୂରଭଞ୍ଜ: କିଏ ଡାକ ଟିକଟ ତ କିଏ ଖବର କାଗଜ, ପୁଣି କିଏ କାଗଜ ନୋଟ ସଂଗ୍ରହ କରୁଥିବା କଥା ଆପଣମାନଙ୍କ ନଜରକୁ ଆସିଥିବl ତେବେ ଭିନ୍ନ ଭିନ୍ନ ଦେଶର ଚକୋଲେଟ ଜରି ସଂଗ୍ରହ କରି ରେକର୍ଡ କରିବା ନିଶା ଶୁଣିଛନ୍ତି କି ? ଭାରତ ତଥା ବିଭିନ୍ନ ଦେଶରୁ ଚକୋଲେଟ ଜରି ସଂଗ୍ରହ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ ମେଣ୍ଢାଖାଇର ଅଞ୍ଚଳର ଝିଅ ପ୍ରଜ୍ଞା ପରମିତା ମନ୍ତ୍ରୀ (Pragyan Paramita Mantri)। ସେ ଏବେ ଚକଲେଟ୍ ଗାର୍ଲ (Chocolate Girl) ଭାବେ ପରିଚିତ।

Advertisment

ତାଙ୍କ ଆଲବମରେ ଭରି ରହିଛି, ଇଂଲଣ୍ଡ , ଅଷ୍ଟ୍ରେଲିଆ, ବ୍ରାଜିଲ୍, ଜର୍ମାନୀ ଭଳି ଅନେକ ଦେଶର ଚକଲେଟ୍ ଜରି। ପିଲା ଦିନରୁ  ଚକଲେଟ୍ ଖାଇବାକୁ ଭଲ ପାଉଥିଲେ, ଆଉ ଏବେ ଚକୋଲେଟ୍ ଜରି ସଂଗ୍ରହ କରିବାର ନିଶା ଘାରିଛି।

ନବମ ଶ୍ରେଣୀ ପାଠ ପଢ଼ିବା ବେଳେ ପ୍ରଥମେ ବିଦେଶ ଚକଲେଟ୍ ଜରି ସଂଗ୍ରହ କରିଥିଲେ ପ୍ରଜ୍ଞା (Pragyan)। ଏବେ ଯୁକ୍ତ ୩ ଶେଷ ବର୍ଷ ବିଜ୍ଞାନ ପାଠ ପଢୁଥିବା ସେ ନିଜ ଦେଶ ସହ ବିଦେଶର ପ୍ରାୟ ୫ ହଜାରରୁ ଅଧିକ ଚକୋଲେଟ୍ ଜରି (Chocolate Wrappers) ସଂଗ୍ରହ କରିଛନ୍ତି। ସେ ଭିତରେ ରହିଛି, ଇଂଲଣ୍ଡ, ବ୍ରାଜିଲ, ନେଦରଲ୍ୟାଣ୍ଡ, ଡେନ ମାର୍କ ଠାରୁ ଆରମ୍ଭ କରି ବେଲଜିୟମ, ପୋଲାଣ୍ଡ ଜର୍ମାନୀ ଭଳି ଦେଶର ଚକୋଲେଟ୍ ଜରି। ଏଭଳି ବିଭିନ୍ନ ଦେଶର ଚକୋଲେଟ୍ ଜରି ସଂଗ୍ରହ କରି ସେ ଗିନିଜ୍ ବୁକ୍‌ରେ (Guinness Book) ନିଜ ନାଁ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି।

Advertisment

ଦେଶ ବାହାରୁ ସଂଗ୍ରହକାରୀଙ୍କ ସହ ଫେସବୁକ ମାଧ୍ୟମରେ ସମ୍ପର୍କ ଯୋଡ଼ି ପ୍ରଜ୍ଞା ଏହି କାମ ଜାରି ରଖିଛନ୍ତି।  ବାପା ପ୍ରଦୀପ ମନ୍ତ୍ରୀଙ୍କ ଡାକ ଟିକଟ ସଂଗ୍ରହ ତାଙ୍କୁ ଅନୁପ୍ରାଣିତ କରିଥିବା ପ୍ରଜ୍ଞା କହିଛନ୍ତି। ଏହା ବ୍ୟତୀତ ତାଙ୍କର ଏହି ଉଦ୍ୟମକୁ ବାପା, ମାଆଙ୍କ ସହ ପରିବାର ବର୍ଗ ପ୍ରୋତ୍ସାହନ ଦେଉଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ