Advertisment

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଅପରାହ୍ନ ୪ଟାରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ସନ୍ଧ୍ୟା ୬ଟାରେ ରେଜଲ୍ଟ ଉପଲବ୍ଧ ହେବ। SMS ଜରିଆରେ ମଧ୍ୟ ରେଜଲ୍ଟ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

matric results

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଅପରାହ୍ନ ୪ଟାରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ସନ୍ଧ୍ୟା ୬ଟାରେ ରେଜଲ୍ଟ ଉପଲବ୍ଧ ହେବ। SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ SMS କରିବାକୁ ହେବ।

Advertisment

ପଢନ୍ତୁ ମାଟ୍ରିକ ରେଜଲ୍ଟ ସମସ୍ତ ଉପଡେଟ 

ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ବି ଆଜି ବାହାରିବ। କରୋନାର ଦ୍ୱିତୀୟ ଲହର ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ। ବିକଳ୍ପ ମୂଲ୍ୟାୟନ ସ୍ୱରୂପ ପ୍ରିବୋର୍ଡ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି। ଯେଉଁମାନେ ପ୍ରି ବୋର୍ଡ ପରୀକ୍ଷା ଆଦୌ ଦେଇନଥିବେ ସେମାନଙ୍କର ମୂଲ୍ୟାୟନ ନବମ ପରୀକ୍ଷା ଆଧାରରେ କରାଯାଇଛି। ୨୦୧୯ରେ ମାଟ୍ରିକ ପାସ୍ ହାର ଥିଲା ୭୨.୩୫%। ସେହିପରି ୨୦୨୦ରେ ପାସ୍ ହାର ଥିଲା ୭୮.୭୬%। ତେବେ ଚଳିତ ବର୍ଷ ବିନା ପରୀକ୍ଷାରେ ପାସ୍ ହାର କେତେ ରହୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପକ୍ଷେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍‌ଫରେନ୍ସିସିଂ ଜରିଆରେ କୁଳପତି ସମ୍ମିଳନୀ ହେବ। ଯୁକ୍ତ ୩ ଶେଷ ସେମିଷ୍ଟର ଏବଂ ସ୍ନାତକର ଶେଷ ସେମିଷ୍ଟର ପରୀକ୍ଷା ପ୍ରସ୍ତୁତି କେତେ ଆଗେଇଛି ଏବଂ କ’ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ କୁଳପତି ମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିବେ। କରୋନା ସ୍ଥିତି ଭିତରେ ମଧ୍ୟ UG ଓ PG ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।  ଏଦିଗରେ ବିଶ୍ୱବିଦ୍ୟାଳୟ ଗୁଡିକର ଅଗ୍ରଗତି ନେଇ ଅନୁଧ୍ୟାନ କରାଯିବ। ଏହାସହ UG ଓ PG ଆଡମିଶନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇପାରେ। ଉଚ୍ଚଶିକ୍ଷା ସଚିବ ଓ ଉଚ୍ଚଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିବେ।

Advertisment

କେମିତି ଜାଣିବେ ରେଜଲ୍ଟ

  • ପ୍ରଥମେ ନେଟ ଅନ୍‌ କରି www.bseodisha.ac.in ଏବଂ www.bseodisha.nic.in ଟାଇପ କରି ମାଧ୍ୟମିକ ଶିକ୍ଷା ବୋର୍ଡର ବିଭାଗୀୟ ୱେବସାଇଟ୍‌ ଖୋଲନ୍ତୁ।
  • ୱେବ ସାଇଟ୍‌ ଖୋଲିବା ପରେ HSC resultn2021 କିମ୍ବା Matric Exam result ସର୍ଚ୍ଚ କରନ୍ତୁ
  • ସର୍ଚ୍ଚ କଲାପରେ ଏକ  ନୂଆ ପେଜ୍‌ ଖୋଲିବ ଏବଂ ଏଥିରେ ତୁମ ରୋଲ ନମ୍ବର ଏବଂ ଅନ୍ୟାନ୍ୟ ସୂଚନା ମାଗିବ
  •  ପେଜ୍‌ରେ ଥିବା ବକ୍ସରେ ରୋଲ ନଂ ଏବଂ ଅନ୍ୟାନ୍ୟ ତଥ୍ୟ ଲେଖନ୍ତୁ ଏବଂ ଭଲ କରି ଚେକ୍‌ କରନ୍ତୁ।
  • ସବୁ ତଥ୍ୟ ଦେଇ ସାରିଲା ପରେ submit ବଟନ୍‌ କ୍ଲିକ୍ କରନ୍ତୁ
  • କିଛି ସମୟ ପରେ ପେଜ୍‌ରେ ତୁମର ରେଜଲ୍ଟ ଡିସ୍‌ ପ୍ଲେ କରିବ
  • ରେଜଲ୍ଟ ପେଜ୍‌କୁ ଡାଉନ୍‌ଲୋଡ଼ କରି ଏହାର ଏକ କପି ବାହାର କରି ନିଅନ୍ତୁ। ଏହା ଭବିଷ୍ୟତରେ କାମରେ ଲାଗିବ
BSE Odisha 10th Result 2021
Advertisment
Advertisment