/odishatv-khabar/media/post_attachments/uploadimage/library/16_9/16_9_0/results-22_1625503578.jpg)
results 22
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ। ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ।
ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି। ୧,୨୭୯ ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ , ୮,୪୫୮ଜଣ A2 ଗ୍ରେଡ୍, ୧୮,୧୮୮ଜଣ B1 ଗ୍ରେଡ୍, ୩୧,୩୨୮ଜଣ B2 ଗ୍ରେଡ୍, ୪୯,୧୫୩ ଜଣ C ଗ୍ରେଡ୍, ୮୯,୫୫୬ ଜଣ D ଗ୍ରେଡ୍ ଓ ୨,୨୩,୧୯୫ଜଣ ଛାତ୍ରଛାତ୍ରୀଙ୍କୁ E ଗ୍ରେଡ୍ ମିଳିଛି।
ସେହିପରି ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷାରେ ପାସ୍ ହାର ୪୦.୧୮% ରହିଛି। ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷାରେ ୯,୧୨୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩,୬୫୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମଧ୍ୟମା (ସଂସ୍କୃତ)ରେ ପାସ୍ ହାର ୯୭.୧୮% ରହିଛି। ମଧ୍ୟମାରେ ୪,୨୫୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୧୩୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।
ବରଗଡ଼ରେ ସର୍ବାଧିକ ୮୯. ୩୭% ପାସ୍ ହାର ରହିଥିବା ବେଳେ ନୂଆପଡାରେ ସର୍ବନିମ୍ନ ୬୦.୧୮%, କଟକରେ ୮୪. ୪୫%, ପୁରୀରେ ୮୬. ୮୨%, ଖୋର୍ଦ୍ଧାରେ ୮୭. ୨୮% ଓ ବାଲେଶ୍ୱରରେ ୮୩. ୯୭% ଏବଂ ଗଞ୍ଜାମରେ ୮୨% ରେଜଲ୍ଟ ହୋଇଛି।
ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ୱେବ୍ସାଇଟ୍ ଓ SMS ମାଧ୍ୟମରେ ଜାଣିପାରିବେ। ବୋର୍ଡର ୨ଟି ୱେବ୍ସାଇଟ୍ www. bseodisha.ac.in , www.bseodisha.nic.in ଓ SMSରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।
ଛାତ୍ରଛାତ୍ରୀମାନେ OR01
ସୂଚନାଥାଉ କି, ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ୨,୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିବା ବେଳେ ୬୦ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିଲା। ମୂଲ୍ୟାୟନ ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ ସାମିଲ ହୋଇଥିଲେ। କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ଏବଂ ବାତ୍ୟା ଅମ୍ପନ୍ ଯୋଗୁ ଖାତା ଦେଖାରେ ସମସ୍ୟା ଉପୁଜିଥିଲା। ଶେଷରେ ମେ’ ୨୬ରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)