Advertisment

ଆସିଲାନି ମାଟ୍ରିକ ରେଜଲ୍ଟ: ଅନ୍ଧାରରେ ୭୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଭଞ୍ଜନଗର: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ବିନା ପରୀକ୍ଷାରେ ଶନିବାର ଦିନ ମାଟ୍ରିକ ଫଳାଫଳ ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାଶ। ହେଲେ ଫଳାଫଳକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ…

ଅଦ୍ୟତନ ହୋଇଛି
ଆସିଲାନି ମାଟ୍ରିକ ରେଜଲ୍ଟ: ଅନ୍ଧାରରେ ୭୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

bhanjanagar

Advertisment

ଭଞ୍ଜନଗର: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ବିନା ପରୀକ୍ଷାରେ ଶନିବାର ଦିନ ମାଟ୍ରିକ ଫଳାଫଳ ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାଶ। ହେଲେ ଫଳାଫଳକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି। କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ। ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଛନ୍ତି ପିଲାମାନେ।

Advertisment

ସେହିପରି ଭୁବନେଶ୍ୱର ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲ, ଭଦ୍ରକ, କଟକ ସାଲେପୁରରେ ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷେ ଏଥର ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟର ଫଳାଫଳ ପ୍ରକାଶ ହୋଇନାହିଁ । ଚଳିତ ବର୍ଷ ୭୨ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। କିନ୍ତୁ ପରୀକ୍ଷା ଫଳ ପ୍ରକାଶ ନ ହେବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘେର ମଧ୍ୟକୁ ଠେଲି ହୋଇଯାଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗଞ୍ଜାମ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ  ଅସନ୍ତୋଷ ପ୍ରକାଶ କରିଛନ୍ତି। ମାଟ୍ରିକ ଫଳ ପ୍ରକାଶ ପାଇ ନଥିବାରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ। ତେବେ ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । 

Advertisment
Odisha Matric Result 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ