Advertisment

Matric Exams in 9 Days: ମାଟ୍ରିକ ପରୀକ୍ଷାକୁ ଆଉ ୯ ଦିନ; ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର। ମାଓ ପ୍ରଭାବିତ ୧୭ଟି ଥାନାରେ ନୋଡାଲ୍ ସେଣ୍ଟର୍। ସବୁ ସେଣ୍ଟରରେ ଲାଗିଛି ସିସିଟିଭି।

Matric Exam

Matric Exam Photograph: (OTV)

Advertisment

ଆଉ ୯ ଦିନ ପରେ ମାଟ୍ରିକ ପରୀକ୍ଷା। ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି। ମାଓ ପ୍ରଭାବିତ ୧୭ଟି ଥାନାରେ କରାଯାଇଛି ନୋଡାଲ୍ ସେଣ୍ଟର। 

Advertisment

ଅନୁମୋଦିତ ରୁଟ୍ ମାଧ୍ୟମରେ ୧୭ ତାରିଖ ଭିତରେ ସବୁ ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ନିର୍ଦ୍ଧାରିତ୍ ରୁଟ୍ ଛଡ଼ା ଆଉ କେଉଁ ବାଟରେ ମଧ୍ୟ ପ୍ରଶ୍ନପତ୍ର ନିଆଯିବ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି। ଆସନ୍ତା ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ। 

ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ପିଲା ଏଥର ମାଟ୍ରିକ ପରୀକ୍ଷା ଦେବେ। ଏଥର ରାଜ୍ୟର ୩ ହଜାର ୮୨ ସେଣ୍ଟରରେ ହେବ ମାଟ୍ରିକ୍ ଏଗଜାମ୍। ଚଳିତବର୍ଷ ସବୁ ସେଣ୍ଟର ରହିବ ସିସିଟିଭି ନଜରରେ। କିଭଳି ପରୀକ୍ଷା ଚାଲିଛି ସବୁକିଛି ଦେଖିହେବ ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମରୁ।

Advertisment

Matric Exam BSE Matric Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ