Advertisment

ମ୍ୟାଟ୍ରିକ୍ ବିଭ୍ରାଟ୍‌ ରୋକିବାକୁ ବାଟ ଖୋଜୁଛି ବୋର୍ଡ

ଭୁବନେଶ୍ୱର: ମ୍ୟାଟ୍ରିକ୍ ବିଭ୍ରାଟ୍‌ ରୋକିବାକୁ ବାଟ ଖୋଜୁଛି ବୋର୍ଡ। ପ୍ରଶ୍ନପତ୍ର ଭାଇରାଲରେ ରୋକ ଦେବାକୁ ଗଣଶିକ୍ଷା ବିଭାଗ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଗୁରୁବାର ବୋର୍ଡ କର୍ତ୍ତୃପକ୍ଷ, ରାଜ୍ୟର ସମସ୍ତ ବିଇଓ ଓ ଡିଇଓଙ୍କୁ ଭିଡିଓ କନଫରେନ୍ସିଂରେ ତାଗିଦ କରିଛନ୍ତି। ସଫା ସଫା କୁହାଯାଇଛି, ପରୀକ୍ଷା ହଲ୍‌କୁ କୌଣସି ହାଲତରେ ଯାଇ ପାରିବନି ମୋବାଇଲ୍ ଫୋନ୍ ବା ଡିଜିଟାଲ୍ ଘଣ୍ଟା। ସ୍କୁଲ ହତାରେ ପଶି ପାରିବେନି […]

ମ୍ୟାଟ୍ରିକ୍ ବିଭ୍ରାଟ୍‌ ରୋକିବାକୁ ବାଟ ଖୋଜୁଛି ବୋର୍ଡ

lo

Advertisment

ଭୁବନେଶ୍ୱର: ମ୍ୟାଟ୍ରିକ୍ ବିଭ୍ରାଟ୍‌ ରୋକିବାକୁ ବାଟ ଖୋଜୁଛି ବୋର୍ଡ। ପ୍ରଶ୍ନପତ୍ର ଭାଇରାଲରେ ରୋକ ଦେବାକୁ ଗଣଶିକ୍ଷା ବିଭାଗ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଗୁରୁବାର ବୋର୍ଡ କର୍ତ୍ତୃପକ୍ଷ, ରାଜ୍ୟର ସମସ୍ତ ବିଇଓ ଓ ଡିଇଓଙ୍କୁ ଭିଡିଓ କନଫରେନ୍ସିଂରେ ତାଗିଦ କରିଛନ୍ତି। ସଫା ସଫା କୁହାଯାଇଛି, ପରୀକ୍ଷା ହଲ୍‌କୁ କୌଣସି ହାଲତରେ ଯାଇ ପାରିବନି ମୋବାଇଲ୍ ଫୋନ୍ ବା ଡିଜିଟାଲ୍ ଘଣ୍ଟା। ସ୍କୁଲ ହତାରେ ପଶି ପାରିବେନି ବାହାର ଲୋକ। ସିସିଟିଭି ସର୍ଭେଲାନ୍ସରେ ରଖ ପ୍ରଶ୍ନପତ୍ର। ଏଥିସହ ପରୀକ୍ଷା ସେଣ୍ଟରରେ କେତେ ପରୀକ୍ଷକ କେଉଁ କେଉଁ ଦାୟିତ୍ୱରେ ରହିବେ, ସେନେଇ ମଧ୍ୟ ତାଲିକା କରି ଶିକ୍ଷା ବିଭାଗକୁ ପଠାଇବାକୁ ସମସ୍ତ ୨ହଜାର ୮୮୮ ପରୀକ୍ଷା ନିରୀକ୍ଷକଙ୍କୁ ହୋଇଛି ନିର୍ଦ୍ଦେଶ।

Advertisment

publive-image

ତେବେ କିଛି ପରୀକ୍ଷା ସେଣ୍ଟରରେ କପି ସୁଯୋଗ ନମିଳିବାରୁ ଦୁର୍ବୃତ୍ତ ସିସିଟିଭି ଭାଙ୍ଗିଥିବା ନେଇ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ଯଦି ଏହା ସତ ହୋଇଥାଏ ତାହାଲେ ଏଥିପାଇଁ ପରୀକ୍ଷା ନିରୀକ୍ଷକ ଦାୟୀ ରହିବେ।

publive-image

ତେବେ ଏଠି ପ୍ରଶ୍ନ ଉଠୁଛି, ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ୍‌ ସତ୍ତ୍ୱେ କାହିଁକି ଚେତୁନି ଶିକ୍ଷା ବିଭାଗ? ଶିକ୍ଷାବିତଙ୍କ ମତରେ ଢିଲା ପରୀକ୍ଷା ବ୍ୟବସ୍ଥା ଓ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ଏହାର ମୁଖ୍ୟ କାରଣ। ତାସହ ଏବର୍ଷ ସାରା ରାଜ୍ୟରେ ୨,୮୮୮ ସେଣ୍ଟରରୁ ମାତ୍ର ହଜାରେ କେନ୍ଦ୍ରରେ ସିସିଟିଭି ଲାଗିଛି। ତେଣୁ ବାକି କେନ୍ଦ୍ର ଓ ଦୁର୍ଗମ ଅଞ୍ଚଳରେ ଥିବା ସେଣ୍ଟରରୁ ପ୍ରଶ୍ନପତ୍ର ଭାଇରାଲ୍ ହେବା ସମ୍ଭାବନା ଅଧିକ ରହିଛି। ଏବେ ଅପେକ୍ଷା, ବାକି ବିଷୟ ଗୁଡ଼ିକର ମ୍ୟାଟ୍ରିକ ପରୀକ୍ଷାକୁ ଭାଇରାଲ ମୁକ୍ତ କରିବାକୁ କେତେ କାମ ଦେଉଛି ବୋର୍ଡର ବ୍ଲୁ ପ୍ରିଣ୍ଟ?

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ