h
ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍ ନେଇ ନାନା ଅଭିଯୋଗ ଆସିବା ପରେ କଠୋର ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।
ମାଟ୍ରିକ୍ ପରୀକ୍ଷାର ଅବଶିଷ୍ଟାଂଶ ବିଷୟର ପରୀକ୍ଷା ଗୁଡ଼ିକରେ ଯେଭଳି ସ୍ୱଛତା ଅଣାଯାଇପାରିବ, ସେନେଇ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏବଂ ବୋର୍ଡ ମଧ୍ୟରେ ଏକ ଭିଡ଼ିଓ କନ୍ଫରେନ୍ସିଂ ହୋଇଛି।
କେଉଁ ଶିକ୍ଷକଙ୍କୁ କେଉଁ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ କରାଯିବ ସେନେଇ ବିଧିବଦ୍ଧ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାବ୍ୟତୀତ କେଉଁଠି ଯଦି ଉଦ୍ଦେଶ୍ୟମୂଳକ ଭାବେ ସିସିଟିଭି ଭଙ୍ଗାଯାଇଥିବ, ତାହେଲେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଦାୟୀ ରହିବେ ବୋଲି ବୋର୍ଡ ପକ୍ଷରୁ ଚରମବାଣୀ ଶୁଣାଇ ଦିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/h-3_1627107503.jpg)