Advertisment

SI Recruitment Scam: ପୋଲିସ SI ନିଯୁକ୍ତି ଘୋଟାଲା: ଧରା ପଡିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

ଶଙ୍କର ପୃଷ୍ଟିକୁ ଖୋଜୁଥିଲେ କ୍ରାଇମବ୍ରାଞ୍ଚର 3ଟି ଟିମ୍। ଶଙ୍କର ପୃଷ୍ଟିକୁ ମିଶାଇ ମାମଲାରେ ମୋଟ 10 ଦଲାଲ ଗିରଫ। ଶଙ୍କର ପୃଷ୍ଟିଙ୍କ ପତ୍ନୀ ଦିପ୍ତୀମୟୀ ସାହୁ ମଧ୍ୟ ଗିରଫ।

SANKAR-PRUSTY

SANKAR-PRUSTY Photograph: (OTV)

Advertisment

କିଛି ଦିନର ଲୁଚକାଳୀ ପରେ ଧରାପଡ଼ିଛି ପୋଲିସ SI ନିଯୁକ୍ତି କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ବର ଅଣାଯାଇଛି।
କେଳେଙ୍କାରୀ ପର୍ଦ୍ଦାଫାସ ପରଠୁ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଚକମା ଦେଇ ଫେରାର ଥିଲା ଶଙ୍କର ପୃଷ୍ଟି । ସେ ନେପାଳ ବର୍ଡର ଦେଇ ଦୁବାଇ ପଳାଇବାକୁ ଯୋଜନା କରିଥିଲା। ତାକୁ ଧରିବା ପାଇଁ ସବୁ ବଳ ଲଗାଇ ଦେଇଥିଲା କ୍ରାଇମବ୍ରାଞ୍ଚ ସହ ପୋଲିସ। 
ପଞ୍ଚ୍ ସଫ୍ଟ୍ କମ୍ପାନୀର ମୁଖ୍ୟ ଥିଲା ଗଂଜାମର ଶଙ୍କର ପୃଷ୍ଟି। ଏହି ମାମଲାରେ ଶଙ୍କର ପୃଷ୍ଟିକୁ ମିଶାଇ ମୋଟ ୧୦ ଦଲାଲ ଗିରଫ ହୋଇଛନ୍ତି। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପରେ ସେମାନେ ଜେଲରୁ ବାହାରି ସାରିଛନ୍ତି। କିନ୍ତୁ ୯ ଦଲାଲ ଏବେ ବି ଜେଲରେ ଅଛନ୍ତି। ଏତେ ବଡ଼ କେଳେଙ୍କାରୀ ମାମଲାରେ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ବି ସୁପାରିସ କରିଛି।
•    ଶଙ୍କର ପୃଷ୍ଟିକୁ ଆଣିଲା କ୍ରାଇମବ୍ରାଞ୍ଚ
•    ପୋଲିସ SI ନିଯୁକ୍ତି ଘୋଟାଲା ମାଷ୍ଟରମାଇଣ୍ଡ ଗିରଫ
•    ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ
•    ଦିଲ୍ଲୀରୁ ଭୁବନେଶ୍ବର ଆଣିଲା କ୍ରାଇମବ୍ରାଞ୍ଚ 
•    କେଳେଙ୍କାରୀ ପର୍ଦ୍ଦାଫାସ ପରଠୁ ଫେରାର ଥିଲା 
•    ପଞ୍ଚସଫ୍ଟ୍ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି
•    ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଚକମା ଦେଇ ଫେରାର ଥିଲା 
•    ଶଙ୍କର ପୃଷ୍ଟିକୁ ଖୋଜୁଥିଲେ କ୍ରାଇମବ୍ରାଞ୍ଚର ୩ଟି ଟିମ୍
•    ଶଙ୍କର ପୃଷ୍ଟିକୁ ମିଶାଇ ମାମଲାରେ ମୋଟ ୧୦ ଦଲାଲ ଗିରଫ
•    ଶଙ୍କର ପୃଷ୍ଟିଙ୍କ ପତ୍ନୀ ଦିପ୍ତୀମୟୀ ସାହୁ ମଧ୍ୟ ଗିରଫ
•    ଉଭୟ ନେପାଳ ବର୍ଡର ଦେଇ ଦୁବାଇ ପଳାଇବାକୁ କରୁଥିଲେ ଯୋଜନା

Advertisment
Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ