Advertisment

ଗଣ ବିବାହ ଉତ୍ସବ : ହାତକୁ ଦି’ହାତ ହେଲେ ୧୭ ଯୋଡ଼ି ବର କନ୍ୟା

ସମ୍ବଲପୁର  : ସମ୍ବଲପୁର ସୋନାପାଲି ସ୍ଥିତ ଶାହାଜାହାନ ପଡିଆରେ ଅନୁଷ୍ଠିତ ହୋଇଛି ଗଣ ବିବାହ ଉତ୍ସବ। ଆଲ୍ଲା ହଜରତ ୱେଲଫେୟାର କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୭ ଯୋଡ଼ି ବର କନ୍ୟା ସମୂହ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରୁ  ୧୩ ଯୋଡ଼ି ମୁସଲମାନ ଓ ୪  ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର । ଏହି ଅବସରରେ ଅତିଥି ଭାବେ ସମ୍ବଲପୁରର ପୂର୍ବତନ ବିଧାୟିକା  ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଡି.ଏଫ.ଓ. ସଂଜିତ ମହାନ୍ତି  ଓ କବି ହୁସେନ […]

ଗଣ ବିବାହ ଉତ୍ସବ : ହାତକୁ ଦି’ହାତ ହେଲେ ୧୭ ଯୋଡ଼ି ବର କନ୍ୟା

marriage

Advertisment

ସମ୍ବଲପୁର  : ସମ୍ବଲପୁର ସୋନାପାଲି ସ୍ଥିତ ଶାହାଜାହାନ ପଡିଆରେ ଅନୁଷ୍ଠିତ ହୋଇଛି ଗଣ ବିବାହ ଉତ୍ସବ। ଆଲ୍ଲା ହଜରତ ୱେଲଫେୟାର କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୭ ଯୋଡ଼ି ବର କନ୍ୟା ସମୂହ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରୁ  ୧୩ ଯୋଡ଼ି ମୁସଲମାନ ଓ ୪  ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ।

Advertisment

ଏହି ଅବସରରେ ଅତିଥି ଭାବେ ସମ୍ବଲପୁରର ପୂର୍ବତନ ବିଧାୟିକା  ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଡି.ଏଫ.ଓ. ସଂଜିତ ମହାନ୍ତି  ଓ କବି ହୁସେନ ରବି ଗାନ୍ଧୀ ପ୍ରମୁଖ ଯୋଗ ଦେଇଥିଲେ।  ସମସ୍ତ ବର ମାନଙ୍କୁ ସୁସଜ୍ଜିତ କାରରେ ରୋଷଣି କରି ଅଣାଯାଇଥିଲା।

କନ୍ୟାପାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ବିବାହ ସାମଗ୍ରୀ ଓ ଘର କରଣା ଉପକରଣ ଉପହାର ଦିଆଯାଇଥିଲା । ଆର୍ଥିକ ଅନଗ୍ରସର ଶ୍ରେଣୀର ବିବାହ ଯୋଗ୍ୟ ଯୁବକ ଯୁବତୀ ମାନଙ୍କ ସମସ୍ତ ବିବାହ ଖର୍ଚ୍ଚ ବହନ କରି ଆଲ୍ଲା ହଜରତ ୱେଲଫେୟାର କମିଟି ଏହି ସାମୂହିକ ବିବାହ କାଯର୍ୟକ୍ରମ ଆୟୋଜନ କରିଆସୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ