Advertisment

YouTuber Murdered Case: ୟୁଟ୍ୟୁବର ହତ୍ୟା ମାମଲାର ୟୁଟର୍ନ; ହତ୍ୟା କରିଛନ୍ତି ଜଣେ ଯବାନ

ରାଜଧାନୀରେ ୟୁଟ୍ୟୁବରଙ୍କୁ ହତ୍ୟା ଘଟଣା। ୟୁଟ୍ୟୁବରଙ୍କୁ ହତ୍ୟା କରିଛନ୍ତି ଜଣେ ଯବାନ। ରାହୁଲଙ୍କୁ ହତ୍ୟା କରିଛନ୍ତି ଯବାନ ଓ ୨ ପୁତୁରା। ୩ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ୍। ରସୁଲଗଡ଼ ଜିଜିପି କଲୋନି ସ୍କୁଲ ପଡ଼ିଆରେ ହୋଇଥିଲା ହତ୍ୟା।

author-image
Pramod Behera
YouTuber Murdered Case

ୟୁଟ୍ୟୁବର ହତ୍ୟା ମାମଲାର ୟୁଟର୍ନ; ହତ୍ୟା କରିଛନ୍ତି ଜଣେ ଯବାନ Photograph: (OTV)

ରାଜଧାନୀରେ ୟୁଟ୍ୟୁବରଙ୍କୁ ନିର୍ମମ ହତ୍ୟା ମାମଲାରେ ନୂଆ ମୋଡ଼। ୟୁଟ୍ୟୁବରଙ୍କୁ ହତ୍ୟା କରିଛନ୍ତି ଜଣେ ଯବାନ। ହାତ୍ୟାକାଣ୍ଡରେ ଜଣେ ଯବାନଙ୍କ ସମେତ ତାଙ୍କର ୨ଜଣ ପୁତୁରା ସାମିଲ୍ ଥିବା ସୂଚନା ମିଳିଛି। ଏହି ୩ ଜଣଙ୍କୁ  ଗିରଫ କରିଛି ପୋଲିସ୍। 

Advertisment

ମୃତକ ହେଲେ ଜଗନ୍ନାଥନଗରର ରାହୁଲ ମହାରଣା। ଗତକାଲି ରସୁଲଗଡ ଜିଜିପି କଲୋନୀ ସ୍କୁଲ ପଡିଆରେ ୩ଜଣ ବସି ମଦ୍ୟପାନ କରୁଥିଲେ। ସେମାନଙ୍କୁ ସେଠାରେ ମଦ ପିଇବାକୁ ବିରୋଧ କରିବାରୁ ରାହୁଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ମଦ୍ୟପାନ କରୁଥିବା ଯୁବକ। ରାହୁଲଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

  • ୟୁଟ୍ୟୁବରଙ୍କୁ ହତ୍ୟା କରିଛନ୍ତି ଯବାନ
  • ରାଜଧାନୀରେ ୟୁଟ୍ୟୁବରଙ୍କୁ ହତ୍ୟା ଘଟଣା
  • ୟୁଟ୍ୟୁବରଙ୍କୁ ହତ୍ୟା କରିଛନ୍ତି ଜଣେ ଯବାନ
  • ରାହୁଲଙ୍କୁ ହତ୍ୟା କରିଛନ୍ତି ଯବାନ ଓ ୨ ପୁତୁରା
  • ୩ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ୍
  • ରସୁଲଗଡ଼ ଜିଜିପି କଲୋନି ସ୍କୁଲ ପଡ଼ିଆରେ ହୋଇଥିଲା ହତ୍ୟା
  • ୟୁଟ୍ୟୁବରଙ୍କୁ ଛାତିରେ ଛୁରୀ ଭୁସି ହତ୍ୟା କରିଥିଲେ
Advertisment
Murder Case Odisha Crime Odisha News
Advertisment
Advertisment