/odishatv-khabar/media/post_attachments/uploadimage/library/16_9/16_9_0/shutdown-1_1621128889.jpg)
shutdown
ଭୁବନେଶ୍ୱର: ୨ ଦିନିଆ ସପ୍ତାହାନ୍ତ ସଟଡାଉନ୍ର ଶେଷ ଦିନ। ଆଜି ରବିବାର ତେଣୁ ଆଜି ସରିବ ସପ୍ତାହାନ୍ତ ସଟଡାଉନ୍। ରାଜ୍ୟରେ ଦୈନିକ ବଢିଚାଲିଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟଡାଉନ୍ କରାଯାଇଛି। ଏହି ଦୁଇ ଦିନ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ ଗତ ୫ ତାରିଖରୁ ଚାଲିଥିବା ଲକଡାଉନ୍ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଲୋକଙ୍କ ଆତଯାତ ବନ୍ଦ କରିବା ଓ ଭିଡ଼ ନିୟନ୍ତ୍ରଣ କରି ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପନିପରିବା, ଫଳ, କ୍ଷୀର ଏବଂ ଗ୍ରୋସରୀ ସାମଗ୍ରୀ କିଣିବାକୁ ଅନୁମତି ରହିଛି। ସେହିପରି ଦିନ ୧୨ଟା ପରେ ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି। ତେବେ ପରିବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ।
ତେବେ ରାଜ୍ୟରେ କ୍ରମାଗତ ଭାବରେ ବଢୁଛି। ତେବେ ରାଜ୍ୟରେ ବଢ଼ିବ କି ଲକଡାଉନ୍ ଅବଧି? ମେ ମାସରେ ବେଲଗାମ୍ ସଂକ୍ରମଣ ଓ ଆକ୍ଟିଭ୍ କେଶ୍ ସଂଖ୍ୟା ଆଜି ୧ ଲକ୍ଷ ପାର୍ କରିବା ପରେ ଏହି ଆଶଙ୍କା ବଢ଼ିଯାଇଛି। ତାଛଡ଼ା କେବଳ ମାଲକାନଗିରିକୁ ଛାଡ଼ି ରାଜ୍ୟର ଅନ୍ୟ ୨୯ଟି ଜିଲ୍ଲାରେ ଏବେ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ଉପରେ ରହିଛି। ଗତକାଲି I CMR ଡିଜି ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ରେଟ୍ ଥିବା ଜିଲ୍ଲାରେ ଲକଡାଉନ୍ ପାଇଁ ପରାମର୍ଶ ଦେଇଥିଲେ। ସେ ଦୃଷ୍ଟିରୁ ଓଡ଼ିଶାରେ ବି ଅଧିକ ସମୟ ଲାଗି ଲକଡାଉନର ଆବଶ୍ୟକତା ରହୁଛି ବୋଲି କୁହାଯାଉଛି। ସେପଟେ ଲୋକେ ଅମାନିଆ ହେଉଥିବାରୁ ଲକଡାଉନ୍ ସମୟରେ ମର୍ଣ୍ଣିଂ ଓ ଇଭିନିଂ ଓ୍ୱାକ୍ ଏବଂ ସାଇକ୍ଲିଂ ମନା ବୋଲି ପୂର୍ବରୁ କହିସାରିଛନ୍ତି ଟୁଇନସିଟି ପୋଲିସ୍ କମିଶନର।
ରାଜ୍ୟରେ କୋରନା ସଂକ୍ରମଣ ପୂର୍ବ ଅପେକ୍ଷା ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି। ଦୈନିକ ସଂକ୍ରମଣ ଆଗରୁ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି। ଏହା କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ତେବେ ସମସ୍ତେ କୋଭିଡ ଗାଇଡ଼ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଗାଁରେ ସଂକ୍ରମଣ ବଢୁଥିବା ନେଇ ସେ କହିଛନ୍ତି, ଗାଁ ଲୋକମାନେ ସହରକୁ ଯିବା ଆସିବା କରୁଛନ୍ତି। କୋଭିଡ ଗାଇଡ଼ ଲାଇନ ନମାନି ଛୋଟ ଛୋଟ ମେଳା ମହୋତ୍ସବ କରୁଛନ୍ତି। ଯଦି ୧୯ ତାରିଖ ଭିତରେ ନିୟନ୍ତ୍ରିତ ଅବସ୍ଥାକୁ ନାଆସିଲା ତେବେ ସରକାର ଲକ ଡାଉନ ପାଇଁ ପୁଣି ବାଧ୍ୟ ହେବେ ବୋଲି ସେ ଗତ ୧୩୨ ତାରିଖରେ ଗଣମାଧ୍ୟମକୁ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)