Advertisment

ମାଓବାଦୀଙ୍କ ବର୍ବରକାଣ୍ଡ : ଯବାନଙ୍କୁ ଗଳାକାଟି ହତ୍ୟା

ମାନକାନଗିରି: ମାଓ ଅଧ୍ୟୁଷିତ ଛତିଶଗଡ଼ ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ।  ରକ୍ତମୁଖା ଲାଲ୍ ବାହିନୀ ଜଣେ ଯବାନଙ୍କୁ ଘରୁ ଉଠାଇ ନେଇ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସହିଦ ଯବାନ ଜଣଙ୍କ ହେଉଛନ୍ତି ବେଟି ଭୀମା।  ମାଲକାନଗିରି ସୀମାନ୍ତ…

author-image
Pramod Behera
ମାଓବାଦୀଙ୍କ ବର୍ବରକାଣ୍ଡ : ଯବାନଙ୍କୁ ଗଳାକାଟି ହତ୍ୟା

Untitled-1

ମାନକାନଗିରି: ମାଓ ଅଧ୍ୟୁଷିତ ଛତିଶଗଡ଼ ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ।  ରକ୍ତମୁଖା ଲାଲ୍ ବାହିନୀ ଜଣେ ଯବାନଙ୍କୁ ଘରୁ ଉଠାଇ ନେଇ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସହିଦ ଯବାନ ଜଣଙ୍କ ହେଉଛନ୍ତି ବେଟି ଭୀମା।  ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମାର କାନ୍ଦାପେଣ୍ଟାରେ ଘଟିଛି ଏହି ନୃଶଂସକାଣ୍ଡ। ଖବର ଅନୁସାରେ ଗତକାଲି ରାତିରେ ପ୍ରାୟ ୧୦ରୁ ଊର୍ଦ୍ଧ୍ଵ ମାଓବାଦୀ ଯବାନଙ୍କୁ ଘରୁ ଉଠାଇ ନେଇଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ସଂପୃକ୍ତ ଯବାନଙ୍କୁ ଉଠାଇ ନେଇ ହତ୍ୟା କରିଥିବା ଜଣାପଡ଼ିଛି।

Advertisment

ପ୍ରକାଶ ଥାଉକି କରୋନା ମହାମାରୀ ବଢିଚାଲିଥିବା ବେଳେ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଫୁଡ ପଏଜନ୍ ଓ କରୋନାରେ ସଂକ୍ରମିତ ହୋଇ ୧୦ ଜଣ ମାଓବାଦୀ ପ୍ରାଣ ହରାଇଥିଲେ। ମାଓବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲବ। ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ବୋଲି ସୂଚନା ମିଳିଥିଲା।

କିଛିଦିନ ପୂର୍ବରୁ ଲାଲଗଡ଼ରେ ବି କରୋନା ସଙ୍କଟ ଦେଖାଦେଇଥିବା ସୂଚନା ମିଳିଥିଲା। ସୁକମା, ବିଜାପୁର ଓ ଦାନ୍ତେୱାଡା ଅଞ୍ଚଳରେ ପ୍ରାୟ ୫୦ ଜଣ ମାଓବାଦୀ କରୋନା ସଂକ୍ରମିତ ହୋଇଥିଲେ। ତେବେ ହିଂସା ଛାଡ଼ି ଆତ୍ମସମର୍ପଣ କଲେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ଦାନ୍ତେୱାଡ଼ା ଏସପି।

Advertisment
Advertisment
Advertisment