mao
ମାଲକାନଗିରି(ଜିତେନ୍ଦ୍ର ବେଉରା): ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଲକାନଗିରି ଜୁମଡାଙ୍ଗରେ ପୋଲିସ ଅପରେସନ ବେଳେ ଏଭଳି ଘଟଣା ଘଟିଥିଲା। ଜୁମଡାଙ୍ଗ ନିକଟ ଜଙ୍ଗଲରେ ମାଓବାଦୀ ଶିବିର ଥିବାର ସୂଚନା ପାଇ ଗତ କାଲି ପୋଲିସ ଅପରେସନ ଆରମ୍ଭ କରିଥିଲା।
ମାଓବାଦୀଙ୍କ ଶିବିର ନିକଟରେ ପହଞ୍ଚିବା ପରେ ପୋଲିସ ଉପରକୁ ମାଓବାଦୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏବେ ମଧ୍ୟ ଏହି ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ।
ସୂଚନାଯୋଗ୍ୟ, ଗତକାଲି ବିଚ୍ଛିନ୍ନାଞ୍ଚଳର ମୁକୁଡ଼ପାଲ୍ଲୀ ଓ ଗୋରାସେତୁରୁ ବିପୁଳ ପରିମାଣର ମାରଣା ଅସ୍ତ୍ର ଜବତ କରାଯାଇଥିଲା। ଏହାଛଡ଼ା ନକ୍ସଲଙ୍କ ପରିଚୟ ପତ୍ର, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲମର ମାଇନ, ଗୋଟିଏ ଅକ୍ସିଜେନ ସିଲିଣ୍ଡର, ୮ଟି ଡିଟୋନେଟର, କଡେସ୍କ ତାର ପରି ଅନେକ ସାମଗ୍ରୀ ଜବତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mao-2_1625181438.jpg)