Advertisment

ପ୍ରକାଶ ପାଇଲା ADR ରିପୋର୍ଟ: ଓଡ଼ିଶା ବିଧାନସଭାରେ ୬୭ ଜଣ ଦାଗୀ ବିଧାୟକ

ଭୁବନେଶ୍ୱର: ପ୍ରକାଶ ପାଇଛି ADR(Odisha Election Watch and Association for Democratic Reforms) ରିପୋର୍ଟ। ୧୪୬(ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି) ବିଧାନସଭା ଆସନ ପାଇଁ ଏଥର ନିର୍ବାଚନ ହୋଇଥିବା ବେଳେ ଗତ ନିର୍ବାଚନଗୁଡିକ ଅପେକ୍ଷା ଏଥର ଦାଗି ନେତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।   ନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୪୬% ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏହି ହାରକୁ ଆଧାର କଲେ ୬୭ […]

author-image
Mihir Pattnayak
ପ୍ରକାଶ ପାଇଲା ADR ରିପୋର୍ଟ: ଓଡ଼ିଶା ବିଧାନସଭାରେ ୬୭ ଜଣ ଦାଗୀ ବିଧାୟକ

dagi

ଭୁବନେଶ୍ୱର: ପ୍ରକାଶ ପାଇଛି ADR(Odisha Election Watch and Association for Democratic Reforms) ରିପୋର୍ଟ। ୧୪୬(ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି) ବିଧାନସଭା ଆସନ ପାଇଁ ଏଥର ନିର୍ବାଚନ ହୋଇଥିବା ବେଳେ ଗତ ନିର୍ବାଚନଗୁଡିକ ଅପେକ୍ଷା ଏଥର ଦାଗି ନେତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Advertisment

publive-image

ନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୪୬% ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏହି ହାରକୁ ଆଧାର କଲେ ୬୭ ଜଣ ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ୪୯ ଜଣ ବିଧାୟକଙ୍କ ନାମରେ ସାଙ୍ଘାତିକ ଅପରାଧ ମାମଲା ରହିଛି। ଏହି ହାର ଗତ ନିର୍ବାଚନ ତୁଳନାରେ ଅଧିକ। କାରଣ ୨୦୧୪ ନିର୍ବାଚନରେ ୫୨ ଜଣ ଏମ୍‌ଏଲ୍‌ଏ ଅର୍ଥତ୍‌ ୩୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଥିଲା। ସେହିପରି ସାଙ୍ଘାତିକ ଅପରାଧିକ ମାମଲାରେ ଜଡିତ ଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୨୦୧୪ରେ ୪୧ ଜଣ ଅର୍ଥାତ୍‌ ୨୮ ପ୍ରତିଶତ ବିଧାୟକଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅପହରଣ ଭଳି ସଙ୍ଗୀନ ଅଭିଯୋଗ ରହିଥିବା ବେଳେ ଏଥର ଏହି ସଂଖ୍ୟା ବୃଦ୍ଧି ପାଇ ୪୯ରେ ପହଞ୍ଚିଛି।

publive-image

ଏଥର ୨ ବିଧାୟକଙ୍କ ନାଁରେ ହତ୍ୟା ମାମଲା ରହିଥିବା ବେଳେ ୧୧ ଜଣ ବିଧାୟକ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ। ବିଜେଡିରୁ ନିର୍ବାଚିତ ୧୧୨ ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା ଓ ୩୩ ଜଣ ସାଂଘାତିକ ଅପରାଧରେ ଜଡ଼ିତ। ସେହିପରି ବିଜେପିର ୨୩ରୁ ୧୪ ଜଣ ବିଧାୟକ ଦାଗୀ ହୋଇଥିବା ବେଳେ ୧୦ ଜଣଙ୍କ ବିରୋଧରେ ରହିଛି ସାଂଘାତିକ ଅପରାଧ ମାମଲା।

Advertisment
Left Top
Advertisment
Advertisment