Advertisment

ବାଲୁକା କଳାରେ ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ସଚେତନ କରିବାକୁ ଉଦ୍ୟମ

ପୁରୀ(ମଧୁସୂଦନ ମିଶ୍ର): ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପୁରୀରେ ବାଲୁକା କଳା ପ୍ରଦର୍ଶିତ ହୋଇଛି। ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଯକ୍ଷ୍ମା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ବିଭିନ୍ନ ବାଲୁକା କଳା ନିର୍ମାଣ କରି ଲୋକମାନଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରିଛନ୍ତି। ପ୍ରାୟ ୧୫ଟନ୍ ବାଲିରେ ୧୫ଫୁଟ୍‌ ଓସାରର ଏହି ବାଲୁକା କଳା ତିଆରି ହୋଇଛି। ଭାରତରେ ପ୍ରାୟ ୨୨ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ […]

ବାଲୁକା କଳାରେ ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ସଚେତନ କରିବାକୁ ଉଦ୍ୟମ

puri

Advertisment

ପୁରୀ(ମଧୁସୂଦନ ମିଶ୍ର): ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପୁରୀରେ ବାଲୁକା କଳା ପ୍ରଦର୍ଶିତ ହୋଇଛି। ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଯକ୍ଷ୍ମା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ବିଭିନ୍ନ ବାଲୁକା କଳା ନିର୍ମାଣ କରି ଲୋକମାନଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରିଛନ୍ତି।

Advertisment

puri

ପ୍ରାୟ ୧୫ଟନ୍ ବାଲିରେ ୧୫ଫୁଟ୍‌ ଓସାରର ଏହି ବାଲୁକା କଳା ତିଆରି ହୋଇଛି। ଭାରତରେ ପ୍ରାୟ ୨୨ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଏହି ରୋଗକୁ ସମାଜରୁ ହଟାଇବା ପାଇଁ ସଂକଳ୍ପ ନେବାର ସମୟ ଆସିଛି ବୋଲି ବାଲୁକାଶିଳ୍ପୀ ମାନସ ସାହୁ କହିଛନ୍ତି।

ପୁରୀ ଏଏନ୍ଏ‌ମ୍ ଟ୍ରେନିଂ ସେଣ୍ଟରର ଛାତ୍ରୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ୧୮୮୨ରୁ ମାର୍ଚ୍ଚ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ