Advertisment

Firecrackers: ଦୀପାବଳୀରେ ଅଘଟଣ... ଚାଲିଗଲା ଜୀବନ; କିଭଳି ସୁରକ୍ଷିତ ରହିବେ ପଢନ୍ତୁ

ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ କଇଠଡ଼ା ଗାଁରେ ଅଘଟଣ। ଦୀପାବଳୀ ପାଇଁ ବେଆଇନ ଭାବେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ଚଣେ ଯୁବକଙ୍କ ମୃତ୍ୟୁ ହୋଇଛି।

CREACKER_BLAST

CREACKER_BLAST Photograph: (OTV)

Advertisment

ବାଣ ଭିଡୁଥିବା ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ କଇଠଡ଼ା ଗାଁର ପିଣ୍ଟୁ ପଲେଇ । ଦୀପାବଳୀ ପାଇଁ ବେଆଇନ ଭାବେ ବାଣ ଭିଡୁ ଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏଥିରେ ପିଣ୍ଟୁଙ୍କ ହାତ ଓ ଗୋଡ ଛିଡ଼ିଯାଇଥିଲା ।  ମେଡ଼ିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ପିଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ବାଣ ଫୁଟାଇବା ବେଳେ କିପରି ରହିବେ ସୁରକ୍ଷିତ?

ଆଲୋକର ପର୍ବ ଦୀପାବଳିରେ କେମିତି ରହିବେ ସୁରକ୍ଷିତ ?  ଦୀପ ଲଗେଇବା ଏବଂ ବାଣ  ଫୁଟାଇବା ସମୟରେ ଯଦି କିଛି ଅଘଟଣ ଘଟୁଛି ତେବେ କେମିତି ଘରେ କରିବେ ପ୍ରାଥମିକ ଚିକିତ୍ସା ?  କଣ ସବୁ ନିୟମ ପାଳନ କଲେ ଦୀପାବଳିରେ ନିଜକୁ ସୁରକ୍ଷିତ ରଖିପାରିବେ।  
ବାଣ ଫୁଟେଇଲା ବେଳେ ସିଂଥେଟିକ ଡ୍ରେସ  ପିନ୍ଧିବେ ନାହିଁ। ଢିଲା କଟନ ଡ୍ରେସ ପିନ୍ଧି ବାଣ ଫୁଟାଇବେ। ବାଣ ଫୁଟାଇଲା ବେଳେ ହାତେ ଦୂରରେ ରହି ବାଣରେ ଅଗ୍ନି ସଂଯୋଗ କରିବେ।  ବାଣରେ ଅଗ୍ନି ସଂଯୋଗ ସମୟରେ କାଉଁରିୟା କାଠି ବ୍ୟବହାର କରିପାରିବେ। 
ଅଫୁଟା ବାଣ ଯେମିତିକି ଯେଉଁ ବାଣରେ ଥରେ ଅଗ୍ନି ସଂଯୋଗ ହୋଇଥିବ ସେ ବାଣକୁ ଛୁଇଁବେ ନାହିଁ। ମହିଳାମାନେ ଶାଢ଼ୀ ପିନ୍ଧି ଦୀପ ଲଗାଇବା ବେଳେ ଦୀପରେ କାନି କିଭଳି ଲାଗିବ ନାହିଁ ତାହା ଉପରେ ଧ୍ୟାନ ଦେବେ। ଛୋଟ ପିଲାଙ୍କୁ ଏକୁଟିଆ ଛାଡିବେ ନାହିଁ। ଖୋଲା ଜାଗାରେ ବାଣ ଫୁଟାନ୍ତୁ।
ହାତ କି ମୁହଁ ପୋଡିଲେ ସାଙ୍ଗେ ସାଙ୍ଗେ ଟ୍ୟାପ ପାଣିରେ ଧୋଇବେ। ହସ୍ପିଟାଲରେ ପହଂଚିବା ପର୍ଯ୍ୟନ୍ତ ନଡ଼ିଆ ତେଲ ଲଗାଇପାରିବେ। ପୋଡ଼ା ଜାଗାରେ ଟୁଥପେଷ୍ଟ କି କାଳୀ ଲଗାଇବେ ନାହିଁ।

Firecrackers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ