/odishatv-khabar/media/media_files/2026/03/08/man-arrested-for-rape-using-fake-identity-2026-03-08-20-18-26.jpg)
ଛଦ୍ମ ପରିଚୟରେ ଦୁଷ୍କର୍ମ କରି ଗିରଫ Photograph: (OTV)
ଛଦ୍ମ ପରିଚୟରେ ଦୁଷ୍କର୍ମ କରି ବନ୍ଧାହେଲେ ଯୁବକ। ଭୁବନେଶ୍ବରରେ ଯୁବତୀଙ୍କୁ ଦୁଷ୍କର୍ମ ଓ ଆକ୍ରମଣ ଅଭିଯୋଗରେ ଗିରଫ କଲା ସିହଦନଗର ଥାନା ପୋଲିସ। ଗିରଫ ଯୁବକଙ୍କ ନାଁ ଇର୍ଫାନ୍ ଅନସାରୀ ଓ ଘର କର୍ଣ୍ଣାଟକରେ। ଛଦ୍ମ ନାମରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏଥିସହ ମିଛ ପ୍ରତିଶ୍ରୁତି ଦେଇ ବିବାହ ପ୍ରତାରଣା କରି ଓଡ଼ିଶାରୁ ଯୁବତୀଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ବି କରିଥିଲେ।
ଅଭିଯୁକ୍ତ ଇର୍ଫାନ୍ ନିଜକୁ ଜୟରାଜ ଶର୍ମା ନାଁରେ ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପୋଲିସର ସୂଚନା ଅନୁସାରେ, ଯୁବତୀ ଚେନ୍ନାଇର ଏକ ହୋଟେଲରେ ଚାକିରି କରିବା ବେଳେ ଯୁବକଙ୍କ ସହ ଗତବର୍ଷ ଦେଖା ହୋଇଥିଲା। ପରିଚୟ ପରେ ବଢ଼ିଥିଲା ସମ୍ପର୍କ। ୫ଦିନ ତଳେ ଭୁବନେଶ୍ୱରରେ ସାକ୍ଷାତ ବେଳେ ଇର୍ଫାନ ନାଁରେ ଏକ ଆଇଡି କାର୍ଡ ଦେଖିଥିଲେ ଯୁବତୀ। ଯାହାକୁ ନେଇ ବିବାଦ ସହ ମୁଖା ଖୋଲିବାରୁ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ ଇର୍ଫାନ।
ଏନେଇ ଯୁବତୀ ପୋଲିସକୁ ଜଣାଇବା ପରେ ତଦନ୍ତ ଆରମ୍ଭ କରିଥିଲା ସହିଦନଗର ଥାନା ପୋଲିସ। ଭୁବନେଶ୍ୱରରୁ ଖସି ପଳାଇବା ବେଳେ ଅଭିଯୁକ୍ତକୁ ଧରିଥିଲା। ତାପାଖରୁ ଗୋଟିଏ କାର୍, ମାରଣାସ୍ତ୍ର, ଦୁଇଟି ଆଧାର କାର୍ଡ ଜବତ କରାଯାଇଛି। ଯୁବତୀଙ୍କ ଡାକ୍ତରୀ ମାଇନା ସହ BNS ୧୮୦ରେ ବୟାନ ରେକର୍ଡ ହୋଇଛି। ଅଭିଯୁକ୍ତ ଇର୍ଫାନ୍ ଅନସାରୀକୁ କୋର୍ଟ ଚାଲାଣ କରିଛି ପୋଲିସ।
- ଛଦ୍ମ ପରିଚୟରେ ଦୁଷ୍କର୍ମ କରି ଗିରଫ
- ଯୁବତୀଙ୍କୁ ଦୁଷ୍କର୍ମ ଓ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ
- ଅଭିଯୁକ୍ତର ନାଁ ଇର୍ଫାନ ଅନସାରୀ ଓ ଘର କର୍ଣ୍ଣାଟକ
- ଜୟରାଜ ଶର୍ମା ନାଁରେ ପରିଚୟ ଦେଇ ଯୁବତୀଙ୍କୁ ଫସାଇଥିଲା
- ଯୁବତୀଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରିଥିଲା
- ମିଛ ଧରାପଡ଼ିବାରୁ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ
- ଛଦ୍ମ ନାଁରେ ଫସାଇ ସମ୍ପର୍କ ରଖିବା ଅଭିଯୋଗରେ ବନ୍ଧାହେଲା
- ଭୁବନେଶ୍ବରରୁ ଖସି ପଳାଇବା ବେଳେ ଧରିଥିଲା ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)