Advertisment

ପୁଅର ଜୀବନ ବଞ୍ଚାଇବାକୁ ଯାଇ ବାପାର ଚାଲିଗଲା ଜୀବନ

ବାଲେଶ୍ୱର: ଏମିତି ବି ଆସେ ମୃତ୍ୟୁ। ପୁଅର ଜୀବନ ବଞ୍ଚାଇବାକୁ ଯାଇ ଗଲା ବାପାର ଜୀବନ। ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭିରାଇ ଆରୁଆଦମ ଗାଁରେ ଘଟିଛି। ମୃତକ ଦୁହେଁ ହେଲେ ବାପା କାଶୀ ରାଉତ ଓ ପୁଅ ରାମକୃଷ୍ଣ ରାଉତ। ଖବର ଅନୁଯାୟୀ, ସକାଳେ ବାପା ଓ ପୁଅ ମିଶି ପାନ ବରଜକୁ କାମ କରିବାକୁ ଯାଇଥିଲେ।  ଏହି ସମୟରେ ରାସ୍ତାରେ ପଡିଥିବା ତାରକୁ ପୁଅ ରାମକୃଷ୍ଣ ମାଡି ଦେଇଥିଲେ। ପୁଅ […]

ପୁଅର ଜୀବନ ବଞ୍ଚାଇବାକୁ ଯାଇ ବାପାର ଚାଲିଗଲା ଜୀବନ

electric

Advertisment

ବାଲେଶ୍ୱର: ଏମିତି ବି ଆସେ ମୃତ୍ୟୁ। ପୁଅର ଜୀବନ ବଞ୍ଚାଇବାକୁ ଯାଇ ଗଲା ବାପାର ଜୀବନ। ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭିରାଇ ଆରୁଆଦମ ଗାଁରେ ଘଟିଛି। ମୃତକ ଦୁହେଁ ହେଲେ ବାପା କାଶୀ ରାଉତ ଓ ପୁଅ ରାମକୃଷ୍ଣ ରାଉତ।

Advertisment

ଖବର ଅନୁଯାୟୀ, ସକାଳେ ବାପା ଓ ପୁଅ ମିଶି ପାନ ବରଜକୁ କାମ କରିବାକୁ ଯାଇଥିଲେ।  ଏହି ସମୟରେ ରାସ୍ତାରେ ପଡିଥିବା ତାରକୁ ପୁଅ ରାମକୃଷ୍ଣ ମାଡି ଦେଇଥିଲେ। ପୁଅ ତଳେ ପଡିଯିବା ଦେଖି ବାପା ବିଦ୍ୟୁତ୍‌ ତାରକୁ ହାତରେ ଧରି ପକାଇଥିଲେ। ଯାହାଦ୍ୱାରା କାଶୀଙ୍କର ହାତ ଜଳି ଯାଇଥିଲା। ଘଟଣା ସ୍ଥଳରେ ହିଁ ବାପା ପୁଅଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ଖବର ପାଇ ବାଲିଆପାଳ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ