Advertisment

Major Crackdown in Jaleswar: ବାଲି ମାଫିଆଙ୍କ ଉପରେ ବଡ଼ ଆକ୍ସନ: ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ବାଲି ଭର୍ତ୍ତି ଗାଡି ଜବତ

ଜଳେଶ୍ବରରେ ବାଲି ମାଫିଆଙ୍କ ଉପରେ ବଡ଼ ଆକ୍ସନ । ବାଲି ଖାଦାନ ଉପରେ ଚଢ଼ାଉ କରି ୩୨ ଗାଡି ଜବତ, ୮ ଅଟକ। ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲାପାଳଙ୍କ ନେତୃତ୍ବରେ ରେଡ୍ ହୋଇଛି ।

Jaleswar

Jaleswar Photograph: (OTV)

Advertisment

ଜଳେଶ୍ବରରେ ବାଲି ମାଫିଆଙ୍କ ଉପରେ ବଡ଼ ଆକ୍ସନ । ବାଲି ଖାଦାନ ଉପରେ ଚଢ଼ାଉ କରି ପୋଲିସ ୩୨ ଗାଡି ଜବତ କରିଛି । ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲାପାଳଙ୍କ ନେତୃତ୍ବରେ ହୋଇଥିଲା ବଡ଼ ଧରଣର ରେଡ୍ । 
ଜଳେଶ୍ବରର ବିଭିନ୍ନ ବାଲି ଖାଦାନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲେ ଜିଲ୍ଲାପାଳ । ଏହି ଚଢ଼ାଉରେ ଉପ ଜିଲ୍ଲାପାଳ, ଏସପି, ସ୍ଥାନୀୟ ଥାନା ଆଇଆଇସି ପ୍ରମୁଖ ସାମିଲ ହୋଇଥିଲେ । ଦିନରେ ବାଲି ଉତ୍ତୋଳନ କରି ଏହି ବାଲିକୁ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖାଯାଉଥିଲା । 
ଏହାପରେ ରାତି ହେଲେ ବଡ଼ ବଡ଼ ଡମ୍ପର ଯୋଗେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିଲା । ଏନେଇ ଅଭିଯୋଗ ମିଳିବା ପରେ ବଡ଼ ଧରଣର ଚଢ଼ାଉ ହୋଇଥିଲା । ପ୍ରଶାସନ ଏହି ରେଡ୍ ବେଳେ ୩୨ଟି ବାଲି ବୋଝେଇ ଗାଡି ଜବତ କରିଛି ।
•    ଜଳେଶ୍ବରରେ ବଡ଼ ବାଲି ରେଡ୍
•    ଜଳେଶ୍ବରରେ ବାଲି ମାଫିଆଙ୍କ ଉପରେ ବଡ଼ ଆକ୍ସନ 
•    ବାଲି ଖାଦାନ ଉପରେ ଚଢ଼ାଉ, ୩୨ ଗାଡି ଜବତ, ୮ ଅଟକ
•    ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲାପାଳଙ୍କ ନେତୃତ୍ବରେ ରେଡ୍
•    ଜଳେଶ୍ବରର ବିଭିନ୍ନ ବାଲି ଖାଦାନ ଉପରେ ଚଢ଼ାଉ 
•    ବାଲି ଜଳେଶ୍ୱରରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିଲା

Advertisment
Crackdown
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ