SI Exam Scam Photograph: (OTV)
ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ବଡ଼ ଅପଡେଟ୍ । ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିଛି । ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ୫୦ ହଜାର ଟଙ୍କା ବେଲ ବଣ୍ଡ ଓ ୨ଜଣ ଜାମିନଦାରଙ୍କ ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଛି।
ଜାମିନ ପାଇବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ । ଥାନାରେ ଯାଇ ହାଜିରା ଦେବେ । ପୋଲିସ ଓ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହାୟତା କରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ୧୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇ ୩୦ରୁ ଅଧିକ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କ ସମେତ ଅନ୍ୟ ୫ ଜଣ ଏଜେଣ୍ଟ ମୋଟ ୯ଜଣଙ୍କୁ ଜାମିନ ମିଳିପାରି ନାହିଁ।
ଅଧିକ ଦେଖନ୍ତୁ:
• SI ପରୀକ୍ଷା ଜାଲିଆତି ଘଟଣାରେ ବଡ଼ ଅପଡେଟ୍
• ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
• ଜାମିନ ଦେଲେ ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟ
• ୫୦ ହଜାର ଟଙ୍କା ବେଲ୍ ବଣ୍ଡ ଓ ୨ ଜଣ ଜାମିନଦାରଙ୍କ ବଦଳରେ ବେଲ୍
• ଜାମିନ ପାଇବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ
• ଥାନାରେ ଯାଇ ହାଜିରା ଦେବା ପାଇଁ ସର୍ତ୍ତ
• ପୋଲିସ ଓ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହାୟତା କରିବେ
• ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କ ସମେତ ୯ଜଣଙ୍କୁ ମିଳିଲାନି ଜାମିନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/29/si-exam-scam-2025-10-29-12-55-19.jpg)