Advertisment

Naxal: ସୁରକ୍ଷା କର୍ମୀ-ନକ୍ସଲ ଗୁଳିବିନିମୟ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ। ସରଣ୍ଡା ଜଙ୍ଗଲକୁ ପୋଲିସ୍ ଓ ସିଆପିଏଫ ୨୦୯ ବାଟଲିୟନ ଘେରିଛନ୍ତି। ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

Naxal

Naxal Photograph: (OTV)

Advertisment

ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ସରଣ୍ଡା ଜଙ୍ଗଲକୁ ଘେରି ରହିଛି ପୋଲିସ୍ ଓ ସିଆପିଏଫ ୨୦୯ ବାଟଲିୟନ। ଚାଇବସା ପୋଲିସ୍ ଓ ସିଆପିଏଫ ୨୦୯ କୋବ୍ରା ବାଟାଲିୟନ ସର୍ଚ୍ଚ ଓ କମ୍ବିଂ ଅପରେସନରେ ସାମିଲ ହୋଇଛନ୍ତି।
ଜରାଇକେଲା ଥାନା ନିକଟ କୁଲାପୁବୁରୁ ଅଞ୍ଚଳରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଆଇ ଆଇ ଡି ଓ ବନ୍ଧୁକ ସହ ଅଫୁଟା ଗୁଳି ଜବତ୍ ହୋଇଛି। 
ଜବତ୍ ସ୍ଥାନରେ ରକ୍ତ ଛିଟା ପଡ଼ିଥିବାରୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଓ କମ୍ୱିଂ ଅପରେସନ ଜୋରଦାର ଚାଲିଛି। ବିପୁଳ ପରିମାଣର ଜବତ୍ ସାମଗ୍ରୀ ମଧ୍ୟରେ ଏସଏଲଆର୍ ରାଇଫଲ, ୩୦୩ ରାଇଫଲ, AK 47, କାରତୁଷ, ମେଗଜିନ, ଜିଲୋଟିନ ପ୍ୟାକେଟ, ୧୩ଟି ଆଇଇଡି, ଡିଟୋନେଟର, ରେଡ଼ିଓ ସେଟ୍, ଦଲାପଟପ୍ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ୍ ହୋଇଛି।
ଗୁଳିବିନିମୟ ପରେ ସରଣ୍ଡା କ୍ଷେତ୍ରକୁ ଘେରି ରଖି ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏକ ବଡ ଅଘଟଣ ଘଟାଇବା ପାଇଁ ନକ୍ସଲ ମାନେ ଯୋଜନା କରୁଥିବା କୁହାଯାଉଛି।

Advertisment


•    ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ
•    ସରଣ୍ଡା ଜଙ୍ଗଲକୁ ପୋଲିସ୍ ଓ ସିଆପିଏଫ ୨୦୯ ବାଟଲିୟନ ଘେରିଛନ୍ତି
•    ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
•    ଏବେ ମଧ୍ୟ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ୍ ଜାରି

Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ