Advertisment

ଶ୍ରୀମନ୍ଦିରକୁ ଯାଇଛନ୍ତି ମହାତ୍ମା: ନଥି ଭିତରେ ମିଳିଲା ପ୍ରମାଣ

ପୁରୀ: ଶ୍ରୀମନ୍ଦିରକୁ ଯାଇଛନ୍ତି ମହାତ୍ମା ଗାନ୍ଧି। ଏକା ନୁହେଁ, ପତ୍ନୀ କସ୍ତୁରବା ଓ ପୁଅ ଦେବଦାସଙ୍କ ସହ ଗର୍ଭଗୃହ ଯାଇ ଶ୍ରୀଜୀଉଙ୍କ ଚରଣରେ ବାଢ଼ିଛନ୍ତି ଭକ୍ତି ଅର୍ଘ୍ୟ। ତାର ପ୍ରମାଣକୁ ବି ସାଇତି ରଖିଛନ୍ତି ଗାନ୍ଧି ପରିବାରର କୌଳିକ ପଣ୍ଡା ତଥା ଗୁଜରାଟ ଯାତ୍ରୀପଣ୍ଡା ରଘୁନାଥ। ସେହି ନଥିରେ ଉଲ୍ଲେଖ ରହିଛି ଯେ ଗାନ୍ଧିଙ୍କ ଶ୍ରୀଜଗନ୍ନାଥ ଦର୍ଶନର ତାରିଖ-୨୭ ମାର୍ଚ୍ଚ 1921। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଏଇ ଦସ୍ତଖତ ପୁସ୍ତିକାରେ ମହାତ୍ମା ଗୁଜୁରାଟୀ ଭାଷାରେ ତାଙ୍କ ଅନୁଭୂତି […]

ଶ୍ରୀମନ୍ଦିରକୁ ଯାଇଛନ୍ତି ମହାତ୍ମା: ନଥି ଭିତରେ ମିଳିଲା ପ୍ରମାଣ

mahatma

Advertisment

ପୁରୀ: ଶ୍ରୀମନ୍ଦିରକୁ ଯାଇଛନ୍ତି ମହାତ୍ମା ଗାନ୍ଧି। ଏକା ନୁହେଁ, ପତ୍ନୀ କସ୍ତୁରବା ଓ ପୁଅ ଦେବଦାସଙ୍କ ସହ ଗର୍ଭଗୃହ ଯାଇ ଶ୍ରୀଜୀଉଙ୍କ ଚରଣରେ ବାଢ଼ିଛନ୍ତି ଭକ୍ତି ଅର୍ଘ୍ୟ। ତାର ପ୍ରମାଣକୁ ବି ସାଇତି ରଖିଛନ୍ତି ଗାନ୍ଧି ପରିବାରର କୌଳିକ ପଣ୍ଡା ତଥା ଗୁଜରାଟ ଯାତ୍ରୀପଣ୍ଡା ରଘୁନାଥ। ସେହି ନଥିରେ ଉଲ୍ଲେଖ ରହିଛି ଯେ ଗାନ୍ଧିଙ୍କ ଶ୍ରୀଜଗନ୍ନାଥ ଦର୍ଶନର ତାରିଖ-୨୭ ମାର୍ଚ୍ଚ 1921। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଏଇ ଦସ୍ତଖତ ପୁସ୍ତିକାରେ ମହାତ୍ମା ଗୁଜୁରାଟୀ ଭାଷାରେ ତାଙ୍କ ଅନୁଭୂତି ଲେଖିଛନ୍ତି, ଦସ୍ତଖତ ବି କରିଛନ୍ତି। ଆଜିବି ସେଇଠି ରହିଛି ମହାତ୍ମାଙ୍କ ଶହେ ବର୍ଷ ତଳର ସେହି ଦୁର୍ମୁଲ୍ୟ ହାତ ଲେଖା ଓ ଦସ୍ତଖତ। ରଘୁନାଥଙ୍କ କହିବା ଅନୁଯାୟୀ, ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ଯାହାକୁ ସେ ଆଜି ଯାଏ ସାଇତି ରଖିଛନ୍ତି।

Advertisment
ବାପୁଜୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିସାରିବା ପରେ ଦସ୍ତଖତ ପୁସ୍ତିକାରେ ଦସ୍ତଖତ କରିଥିଲେ। ଗୁଜୁରାଟୀ ଭାଷାରେ ସେ ଲେଖିଥିଲେ ଯେ, ମୁଁ ଗର୍ଭଗୃହରେ ମନ୍ଦିର ଦର୍ଶନ କଲି ଓ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଦର୍ଶନ କରି ଅତ୍ୟନ୍ତ ପ୍ରିତ ହେଲି। 
-ରଘୁନାଥ ଗୋଛିକାର, ଗୁଜରାଟ ଯାତ୍ରୀପଣ୍ଡା

୧୯୨୧ ମାର୍ଚ୍ଚ ୨୩ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ୨୬ରୁ ୨୮ ପର୍ଯ୍ୟନ୍ତ ପୁରୀରେ ରହିଥିଲେ ମହାତ୍ମା। ଏହି ସମୟରେ ପୁରୀ ବଡ଼ଦାଣ୍ଡରେ ଗାନ୍ଧିଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏପରିକି ବାପୁ ଓ କସ୍ତୁରବାଙ୍କୁ ପାଛୋଟି ନେବାକୁ ଗଜପତିଙ୍କ ହାତୀ, ଘୋଡ଼ା, ଛତା ଓ ଛତ୍ରୀର ଆୟୋଜନ କରାଯାଇଥିବା କହନ୍ତି ଐତିହାସିକ ଓ ଗାନ୍ଧୀବାଦୀ। ଶ୍ରୀକ୍ଷେତ୍ର ଧାମରେ ତିନିଦିନ ଅବସ୍ଥାନ କାଳରେ ଦ୍ୱିତୀୟ ଦିନ ଅର୍ଥାତ୍ ୨୭ ତାରିଖରେ ମହାତ୍ମା ଶ୍ରୀମନ୍ଦିର ଯାଇଥିଲେ।

Advertisment

ତେଣୁ ଗାନ୍ଧୀ କେବେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ନଥିବା ନେଇ ଯାହା କୁହାଯାଏ ତାହା ଭ୍ରମାତ୍ମକ ବୋଲି କହିଛନ୍ତି ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡ଼ା। ଏପରିକି ରାଜ୍ୟରେ ଏବର୍ଷ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ହେଉଥିଲା ବେଳେ ପୁରୀରେ ବି ପୁରୀ ଗସ୍ତର ଶତବାର୍ଷିକୀ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ସର୍ବୋଦୟ ମେଳା କମିଟିର ସଭାପତି କହିଛନ୍ତି।

୧୯୨୧ ମସିହାରେ ଗାନ୍ଧୀ ଯେତେବେଳେ ପୁରୀ ଆସିଥିଲେ, ସେତେବେଳେ ବଡ଼ଦାତ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଜମିଥିଲା। ତାଙ୍କୁ ଘୋଡ଼ା ଗାଡ଼ିରେ ନିଆଯାଇଥିଲା। ଗଜପତିଙ୍କ ହାତୀ, ଘୋଡ଼ା, ଛତା ଓ ଛତ୍ରୀର ଆୟୋଜନ କରାଯାଇ ମନ୍ଦିର ଭିତରକୁ ନିଆଗଲା। ମନ୍ଦିର ଭିତର ବେଢା ପର୍ଯ୍ୟନ୍ତ ଯାଇ କସ୍ତୁରବା ଓ ଗାନ୍ଧୀ ପ୍ରଭୁଙ୍କ ଦର୍ଶନ କରିଥିଲେ। 
-ଗୌରାଙ୍ଗ ଚରଣ ପରିଡ଼ା, ଗାନ୍ଧୀବାଦୀ ଲେଖକ
Advertisment


୧୯୨୧ରୁ ୧୯୩୮ ଏହି ସମୟ ଭିତରେ ଓଡିଶାକୁ ମୋଟ୍ ୮ଥର ଆସିଥିଲେ ମଧ୍ୟ କେବଳ ତାଙ୍କ ପ୍ରଥମ ଗସ୍ତରେ ଜୀବଦ୍ଦଶାରେ ଥରୁଟିଏ ଶ୍ରୀଜୀଉଙ୍କ ଦର୍ଶନ କରିବାର ମହାତ୍ମା ସୌଭାଗ୍ୟ ଲାଭ କରିଛନ୍ତି।

ରିପୋର୍ଟ: ମଧୁସୂଦନ ମିଶ୍ର
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ