Advertisment

ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା

ଯାଜପୁର: ଆଜି ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା ପାଳିତ ହେଉଛି। ଗତକାଲି ମହାଷ୍ଟମୀରେ ସନ୍ଧି ପୂଜା ପରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ଆଜି ସକାଳୁ ମା’ଙ୍କର ମହାସ୍ନାନ କରାଯିବା ପରେ ନବମୀ ପୂଜା ଚାଲିଛି । ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ହେଉଛି ଶେଷ ଦିନ। ଆଜି ଅପରାହ୍ନରେ ମା’ ବେଢା ପରିକ୍ରମା କରିବା ପରେ ରାତିରେ ଲାଖବିନ୍ଧା ପଡିଆକୁ ଯିବେ । ପରମ୍ପରା ଅନୁଯାୟୀ ସେଠାରୁ ମା’ଙ୍କୁ ରଥରୁ ମନ୍ଦିରକୁ ଅଣାଯାଇ ବିଶେଷ ପୂଜା […]

ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା

biraja

Advertisment

ଯାଜପୁର: ଆଜି ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା ପାଳିତ ହେଉଛି। ଗତକାଲି ମହାଷ୍ଟମୀରେ ସନ୍ଧି ପୂଜା ପରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ଆଜି ସକାଳୁ ମା’ଙ୍କର ମହାସ୍ନାନ କରାଯିବା ପରେ ନବମୀ ପୂଜା ଚାଲିଛି ।

Advertisment

ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ହେଉଛି ଶେଷ ଦିନ। ଆଜି ଅପରାହ୍ନରେ ମା’ ବେଢା ପରିକ୍ରମା କରିବା ପରେ ରାତିରେ ଲାଖବିନ୍ଧା ପଡିଆକୁ ଯିବେ । ପରମ୍ପରା ଅନୁଯାୟୀ ସେଠାରୁ ମା’ଙ୍କୁ ରଥରୁ ମନ୍ଦିରକୁ ଅଣାଯାଇ ବିଶେଷ ପୂଜା କରାଯିବାର କାର୍ଯ୍ୟକ୍ରମ ରହିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ଚାରିପଟେ ଲାଗୁ ହୋଇଛି ୧୪୪ ଧାରା । ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିବା ବେଳେ ବ୍ୟାରିକେଡ ବାହାରୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ମୁଣ୍ଡିଆ ମାରି ଫେରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ