LTR Aspirants Protest Photograph: (OTV)
ମେରିଟ ଲିଷ୍ଟ ଦାବିରେ ଧାରଣା ଦେଇଛନ୍ତି LTR ଆଶାୟୀ ଶିକ୍ଷକ ସଙ୍ଘ। ହାଇସ୍କୁଲରେ LTR ଶିକ୍ଷକ ନିଯୁକ୍ତି ପାଇଁ ରେଜଲ୍ଟ ପ୍ରକାଶ ପରେ ସାର୍ଟିଫିକେଟ ଭେରିଫିକେସନ ସରିଛି। ୨୦୨୩ରୁ ଆର୍ଟସ୍, ଓଡ଼ିଆ, ହିନ୍ଦୀ ଏବଂ ସଂସ୍କୃତ ପାଇଁ ପାଖାପାଖି ୬ ହଜାର ୨୫ ପୋଷ୍ଟ ବାହାରିଥିଲା।
ଗତ ଜାନୁଆରୀ ମାସ ୨୨ ତାରିଖରୁ ସାର୍ଟିଫିକେଟ ଯାଞ୍ଚ ସରିଛି କିନ୍ତୁ ଆଜି ପର୍ଯ୍ୟନ୍ତ ମେରିଟ୍ ଲିଷ୍ଟ ବାହାର କରୁନି OSSC। ମେରିଟ ଲିଷ୍ଟ ଦାବିରେ ୮ ଦିନ ହେଲା ଧାରଣାରେ ବସିଛନ୍ତି LTR ଆଶାୟୀ ଶିକ୍ଷକ। ଗତକାଲି ରାତ ତମାମ OSSC ଅଫିସ ଆଗରେ ଧାରଣା ଦେବା ପରେ ଆଜି ହଜାରରୁ ଅଧିକ ଆଶାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/ltr-aspirants-protest-2026-02-16-13-18-44.jpg)