Sub-Standard Milk Photograph: (OTV)
ସାବଧାନ ! ମାର୍କେଟରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର। ଏନେଇ ଗୃହରେ ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଗତବର୍ଷ ୮୮ଟି ଘରୋଇ କମ୍ପାନୀର କ୍ଷୀରକୁ ଯାଞ୍ଚ କରାଯାଇଥିଲା । ସେଥିରୁ ୮ ଟି ନମୁନା ନିମ୍ନମାନର ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଓଡ଼ିଶାରେ ଓମଫେଡ୍ ବ୍ୟତୀତ ୨୨ଟି କମ୍ପାନୀ ଦୁଗ୍ଧ ଜାତୀୟ ଦ୍ରବ୍ୟର ବ୍ୟବସାୟ କରୁଛନ୍ତି।
ସେଥିରୁ ୧୦ଟି ଓଡ଼ିଶାର କମ୍ପାନୀ ହୋଇଥିବା ବେଳେ ୧୨ଟି ରାଜ୍ୟ ବାହାର କମ୍ପାନୀ ଥିବା ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ। ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ବଜାରରେ ମିଳୁଥିବା କ୍ଷୀରକୁ ନେଇ ଗ୍ରାହକଙ୍କ ମନରେ ଛନକା ପଶିଛି। ରାଜ୍ୟ ସରକାର ନକଲି କ୍ଷୀର ସଂପର୍କରେ ଚିହ୍ନଟ ପ୍ରକ୍ରିୟା ଜାରି ରଖିବାକୁ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/19/sub-standard-milk-2026-02-19-10-02-54.jpg)