/odishatv-khabar/media/post_attachments/uploadimage/library/16_9/16_9_0/puri-5_1626507487.jpg)
puri
ପୁରୀ : ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କୁ ଅବଗତ କରାଇଛନ୍ତି ଦଇତାପତି ସେବାୟତମାନେ। ସେପଟେ ରଥଯାତ୍ରାକୁ ଆଉ ଖୁବ୍ କମ୍ ଦିନ ଥିବାରୁ ମହାରଣା, ଭୋଇ, ରୂପକାର, ଚିତ୍ରକର ସେବାୟତମାନେ ରଥରେ ଦେଉଛନ୍ତି ଶେଷ ସ୍ପର୍ଶ।
ଘଣ୍ଟଘଣ୍ଟା, କାହାଳୀ, ମୃଦଙ୍ଗ ଶଦ୍ଦରେ ପୂରି ଉଠୁଛି ଶ୍ରୀମନ୍ଦିର। ଉତ୍ସବ ମୁଖରିତ ହୋଇଛଠିଛି ବଡଦାଣ୍ଡ। ଦଇତା ସେବାୟତ, ପତି ମହାପାତ୍ର ସେବାୟତଙ୍କ ସହ କୁନି କୁନି ଦଇତାପତି ସେବାୟତ ରୂପାଥାଳିରେ ଶ୍ରୀଚନ୍ଦନ, କରାଳ ଚନ୍ଦନ ଓ ପାଟଡୋର ଆଦି ସୁସଜ୍ଜିତ ଭାବେ ରଖି ପାଟପଟୁଆରରେ ଶ୍ରୀନଅରରେ ପହଂଚି ଗଜପତିଙ୍କୁ ଭେଟି ଦେଇଛନ୍ତି।ଏହାସହ ଶ୍ରୀଜିଉଙ୍କ ସୁସ୍ଥତାର ଖବର ବି ଅବଗତ କରାଇଛନ୍ତି। ଏଥିସହ ରଥଯାତ୍ରା କିପରି ଶୃଙ୍ଖଳିତ କରାଯାଇପାରିବ ସେ ଉପରେ ଗଜପତି ମହାରାଜା ଦଇତାପତିମାନଙ୍କ ସହ ଆଲୋଚନା କରିଥିଲେ।
ମହାପ୍ରଭୁ ସୁସ୍ଥ ହେବାପରେ ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆରମ୍ଭ ହୋଇଛି ତୁଳସୀ ଏବଂ ବିଭିନ୍ନ ରଙ୍ଗବେରଙ୍ଗ ଫୁଲରେ ପୂଜାର୍ଚ୍ଚନା। ଆସନ୍ତା ୨ ତାରିଖ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ତାପର ଦିନ ଉଭା ଅମାବାସ୍ୟା। ଶୃଙ୍ଖଳିତ ଦଶନ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ସେପଟେ ଦତ୍ତମହାପାତ୍ର ସେବକମାନେ ସୋମବାର ଠାରୁ ଶ୍ରୀମନ୍ଦିର ଅଣସର ଗୃହରେ ବନକ ଲାଗି ପ୍ରକ୍ରିୟା ଆରମ୍ଭ କରିବେ ଏବଂ ୨ ତାରିଖ ନବଯୌବନ ଦର୍ଶନ କରାଯିବ। ସେପଟେ ମହାରଣା ଓ ଭୋଇ ସେବାୟତମାନେ ରଥ ନିର୍ମାଣରେ ଶେଷ ସ୍ପର୍ଶ ଦେଉଥିବାବେଳେ ରୂପକାରମାନେ ୩ ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଲାଗିପଡିଛନ୍ତି।
ସୋମବାର ତ୍ରୟୋଦଶୀରେ ଶ୍ରୀଜିଉଙ୍କର ଘଣାଲାଗି ନୀତି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)