loot-0
Advertisment
ଝାରସୁଗୁଡ଼ା : ବନ୍ଧୁକ ଦେଖାଇ ଚାଉଳ ଡାଲି ଗୋଦାମ୍ରୁ ଲୁଟି ନେଲେ ଦଶ ଲକ୍ଷ ଟଙ୍କା। ଝାରସୁଗୁଡ଼ା ବାଇପାସ ନିକଟରେ ଘଟିଛି ଏଭଳି ଏକ ଘଟଣା । ଆଜି ଏକ ବାଇକ୍ରେ ୩ଜଣ ଯୁବକ ଆସି ଝାରସୁଗୁଡ଼ା ବାଇପାସ୍ରେ ଥିବା ଶ୍ରେୟା ଟ୍ରେଡର୍ସର ଚାଉଳ ଡାଲି ଗୋଦାମ ଆଗରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଗୋଦାମ ଘରେ ପଶି କାଉଣ୍ଟରେ ବସିଥିବା ମାଲିକ ଶଙ୍କର କେଡିଆକୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ।
Advertisment
ଏଥିସହ କାଉଣ୍ଟରରେ ଥିବା ଦଶ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଲୁଟି ନେଇଥିବା ୨ଜଣ ଯୁବକ ହେଲମେଟ ପିନ୍ଧିଥିଲେ। ଝାରସୁଗୁଡ଼ା ପୁଲିସ ଜାଣିବା ପରେ ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/loot-0_1626687231.jpg)