Advertisment

୬ ଦିନ ମଧ୍ୟରେ ସ୍ଥିତି ନସୁଧୁରିଲେ ପୁଣି ରାଜ୍ୟରେ ବଢିବ ଲକଡାଉନ୍‌ !

ରାଜ୍ୟରେ କୋରନା ସଂକ୍ରମଣ ପୂର୍ବ ଅପେକ୍ଷା ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି। ଦୈନିକ ସଂକ୍ରମଣ ଆଗରୁ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି

author-image
Sarbeswar
ଅଦ୍ୟତନ ହୋଇଛି
୬ ଦିନ ମଧ୍ୟରେ ସ୍ଥିତି ନସୁଧୁରିଲେ ପୁଣି ରାଜ୍ୟରେ ବଢିବ ଲକଡାଉନ୍‌ !

lockdown 1

  • ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ
  • ଉପର ମୁହାଁ କରୋନା ଏବେ ଫ୍ଲାଟ ସ୍ଥିତିରେ ଅଛି
  • କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସୂଚନା
Advertisment

ଭୁବନେଶ୍ୱର: ରାଜ୍ୟରେ କୋରନା ସଂକ୍ରମଣ ପୂର୍ବ ଅପେକ୍ଷା ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି। ଦୈନିକ ସଂକ୍ରମଣ ଆଗରୁ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି। ଏହା କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ତେବେ ସମସ୍ତେ କୋଭିଡ ଗାଇଡ଼ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଗାଁରେ ସଂକ୍ରମଣ ବଢୁଥିବା ନେଇ ସେ କହିଛନ୍ତି, ଗାଁ ଲୋକମାନେ ସହରକୁ ଯିବା ଆସିବା କରୁଛନ୍ତି। କୋଭିଡ ଗାଇଡ଼ ଲାଇନ ନମାନି ଛୋଟ ଛୋଟ ମେଳା ମହୋତ୍ସବ କରୁଛନ୍ତି। ଯଦି ୧୯ ତାରିଖ ଭିତରେ ନିୟନ୍ତ୍ରିତ ଅବସ୍ଥାକୁ ନାଆସିଲା ତେବେ ସରକାର ଲକ ଡାଉନ ପାଇଁ ପୁଣି ବାଧ୍ୟ ହେବେ ବୋଲି କହିଛନ୍ତି।

ତେବେ ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସ୍ଥିତି ଦିନକୁ ଦିନକ ବିସ୍ଫୋରକ ହେଉଛି । ସବୁ ଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧ ଲକ୍ଷ ନିକଟତର ହୋଇଛି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ।

Advertisment

ସେପଟେ ଗତକାଲି ମଧ୍ୟ ଦେଶରେ ଲକଡାଉନ୍‌ କରିବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଥିଲେ। କରୋନାରେ ଅଧିକ ପ୍ରଭାବିତ ଜିଲ୍ଲାରେ ଲକଡାଉନ୍‌ ଆବଶ୍ୟକ ରହିଛି। ଦେଶରେ ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ସେଠି ୬ରୁ ୮ ସପ୍ତାହ ଲକଡାଉନ୍‌ ଦରକାର। ଗତକାଲି ଏଭଳି କିଛି କହିଛନ୍ତି ICMR ଡିଜି ଡାକ୍ତର ବଳରାମ ଭାର୍ଗବ। ଏବେ ସାରା ଦେଶର ୭୧୮ ଜିଲ୍ଲାରେ ୧୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହର ରହିଛନ୍ତି। ତାସହ ଯେଉଁ ସବୁ ରାଜ୍ୟରେ ଲକଡାଉନ୍‌ ହେଉଛି ସେଠି ଲମ୍ବା ସମୟ ଧରି କଟକଣା ଲାଗିବା ଜରୁରୀ,  ଏହା ହେଲେ ହିଁ ସଂକ୍ରମଣକୁ ରୋକା ଯାଇପାରିବ ବୋଲି କହିଛନ୍ତି ଡାକ୍ତର ଭାର୍ଗବ।

Corona In Odisha
Advertisment
Advertisment