/odishatv-khabar/media/post_attachments/uploadimage/library/16_9/16_9_0/oxygen-bank_1623739263.jpg)
oxygen-bank
ଆସ୍କା(ମନୋଜ ମୁନି) : କରୋନା ମହାମାରୀ ସମୟରେ ଯୁବକମାନେ ମିଶି ଗାଁରେ ଅକ୍ସିଜେନ ବ୍ୟାଙ୍କ ଖୋଲିଛନ୍ତି । ଅକ୍ସିଜେନ ଅଭାବରୁ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଏହାର ନିରାକରଣ ପାଇଁ ବରିଡା ଗାଁର ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି । ବିଭିନ୍ନ ସଙ୍ଗଠନ ସହାୟତାରେ ୧୧ ଲକ୍ଷରୁ ଟଙ୍କା ଯୋଗାଡ଼ କରି ସେଥିରେ ଅକ୍ସିଜେନ୍ Concentrator କିଣିଛନ୍ତି ଏବଂ ମାଗଣାରେ କରୋନା ରୋଗୀଙ୍କୁ ଅକ୍ସିଜେନ୍ ସେବା ଯୋଗାଉଛନ୍ତି । ୧୦ ବେଡ୍ ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଏହା କାମରେ ଲାଗୁଛି ।
ଅକ୍ସିଜେନ ପାଇଁ କେହି ମରିବେନି । ସଙ୍କଟ ସମୟରେ ବରିଡା ଗାରଁ ଯୁବଗୋଷ୍ଠୀ ଲୋକଙ୍କ ଅସହାୟତା ଦେଖି ଏକତ୍ରିତ ହୋଇ ଯୋଜନା କଲେ । ପ୍ରଥମେ ନିଜେ କିଛି ଟଙ୍କା ଯୋଗାଡ଼ କରିଥିଲେ ଯୁବଗୋଷ୍ଠୀ, ପରେ ସେମାନଙ୍କ ସେବା ମନୋଭାବକୁ ଦେଖି ଅନେକ ସଙ୍ଗଠନ ସହାୟତାର ହାତ ବଢ଼ାଇଲେ । କୁଟୁମ୍ବ ଇଣ୍ଡିଆ, ପାନ ଟିସ, ଅର୍ଣ୍ଣାଦା ଭଳି ଅନୁଷ୍ଠାନ ସହଯୋଗ କ୍ରମେ ଜମା ହେଲା ୧୧ ଲକ୍ଷ । ଆଉ ସେହି ଟଙ୍କାରେ ୫, ୭ ଏବଂ୧୦ ଲିଟରର ୭ ଗୋଟି ଅକ୍ସିଜେନ Concentrator ଆଣିଛନ୍ତି । ଏହାକୁ ଗାଁ କୋଠଘରେ ରଖି ଲୋକଙ୍କୁ ଆବଶ୍ୟକ ସ୍ଥଳେ ସେବା ଦେଉଛନ୍ତି ଯୁବଗୋଷ୍ଠୀ । କେବଳ ନିଜ ଗାଁ ପାଇଁ ନୁହେଁ ଆଖପାଖ ଅଞ୍ଚଳବାସୀ ମଧ୍ୟ ଏହି ସୁବିଧା ପାଇ ପାରୁଛନ୍ତି ।
ବାରିଡାରେ ୨ ହଜାର ଘର ଥିବା ବେଳେ ୧୦ ହଜାର ଲୋକେ ରୁହନ୍ତି । ଏଠି କରୋନା ରୋଗୀଙ୍କ ପାଇଁ ଏପରି ସୁବିଧା ଉପଲବ୍ଧ ହୋଇପାରୁ ଥିବାରୁ ଗାଁ ଲୋକ ବେଶ ଖୁସି ଅଛନ୍ତି । ଅନେକ ଲୋକ ଏହି ଅସ୍ଥାୟୀ ଚିକିତ୍ସାଳୟରେ ରହୁଛନ୍ତି । ଏବେ କରୋନା ଆକ୍ରାନ୍ତ ନିଶ୍ୱାସ ପ୍ରଶ୍ଵାସ ଜନିତ ସାମାନ୍ୟ ସମସ୍ୟା ହେଲେ ଅକ୍ସିଜେନ ନେବାକୁ ପିଲା ରୁ ବୁଢା ଯାଏଁ କୋଠଘରକୁ ଧାଇଁ ଯାଆନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)