/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error465_1623910473.jpg)
truck accident
ଭୁବନେଶ୍ୱର: ମାଗଣାରେ କିଛି ଜିନିଷ ମିଳିଗଲେ ସାଧାରଣତଃ ଲୋକମାନେ ଲୋଭରେ ପଡ଼ି ଯାଆନ୍ତି। ହେଲେ ସେମାନଙ୍କର ଏହି ଲୋଭ ଯୋଗୁ ସେମାନେ କେତେବେଳେ ମାନିବିକତା ଭୁଲି ଯାଆନ୍ତି, ତା’ହୁଏତ ସେମାନଙ୍କୁ ଜଣାନଥିବ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ପଳାଶୁଣି ଛକରେ। ପରିବା ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ରାସ୍ତା ଉପରେ ପଡ଼ିଥିବା ପରିବା ସବୁ ଲୋକମାନେ ବୋହି ନେଉଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ୩ଟାରୁ ୪ଟା ସମୟରେ ଏକ ପରିବା ବୋଝେଇ ଟ୍ରକ୍ ପଳାଶୁଣି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତା ପାର୍ ହେଉଥିବା ଏକ ଷଣ୍ଢକୁ ବଞ୍ଚାଇବାକୁ ଯାଇ ଟ୍ରକ୍ ଡାଇଭର ଗାଡ଼ିର ବ୍ରେକ୍ ମାରିବାରୁ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ଗାଡ଼ିରେ ଲୋଡ୍ ହୋଇଥିବା ପରିବା ସବୁ ରାସ୍ତା ଉପରେ ଏଣେତେଣେ ହୋଇ ପଡ଼ିଥିଲା। ସେହି ବାଟ ଦେଇ ଯାଉଥିବା ଲୋକ ରାସ୍ତା ଉପରେ ପରିବା ପଡ଼ିଥିବା ଦେଖି ତରବରିଆ ଭାବେ ପରିବା ବୋହି ନେଇଥିଲେ। ମାତ୍ର ଅଳ୍ପ କିଛି ସମୟ ଭିତରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କିଏ ବ୍ୟାଗ୍ରେ ତ ଆଉ କିଏ ଅଖାରେ ପରିବା ଭର୍ତ୍ତି କରି ବୋହି ନେଉଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ସେହି ସ୍ଥାନରେ ଲୋକଙ୍କ ଭିଡ଼ ଜମାଇ ଥିଲେ। ଏପରିକି ଟ୍ରାଫିକ୍ ଜାମ୍ ମଧ୍ୟ ହୋଇଥିଲା। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ଏଡ଼ାଇଥିଲା।
ଟ୍ରକ୍ ଦୁର୍ଘଟଣା ପରେ ରାସ୍ତାରୁ ପରିବା ବୋହି ନେଲେ ଲୋକେ… କିଏ ବ୍ୟାଗ୍ରେ ତ ଆଉ କିଏ ଅଖାରେ ଭର୍ତ୍ତି କରି ବୋହି ନେଇ ଚାଲିଗଲେ, ଦେଖନ୍ତୁ ଏହି ଦୃଶ୍ୟ #Odishapic.twitter.com/D9XU4yTFxs
— ଓଟିଭି (@otvkhabar) June 17, 2021
କିଛି ସମୟ ପରେ ବାକି ରହି ଯାଇଥିବା ପରିବାକୁ ଅନ୍ୟ ଏକ ଗାଡିରେ ଲୋଡ୍ କରି ଟ୍ରକ୍ ଡ୍ରାଇଭର ଆନ୍ଧ୍ର ଅଭିମୁଖେ ଚାଲି ଯାଇଥିଲା। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)