asika
ଆସିକା: ତହସିଲଦାରଙ୍କୁ ଅଟକ। କୋଭିଡ୍ କଟକଣାକୁ ଉଲ୍ଲଂଘନ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଇଥିବା ତହସିଲଦାରଙ୍କୁ ଘେରିଲେ ଲୋକେ । ଘଟଣା ଗଞ୍ଜାମ ସାନଖେମୁଣ୍ଡି ଥାନା କଙ୍କୋରଡ଼ା ଗାଁରେ ଘଟିଛି।
କରୋନା କଟକଣାକୁ ଉଲ୍ଲଘଂନ କରି ଦୋକାନ ଖୋଲିଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ ହୋଇଥିଲା । ଏନେଇ ଦୋକାନ ସିଲ୍ କରିବାକୁ ତହସିଲଦାର ଓ ତାଙ୍କର କିଛି କର୍ମଚାରୀ ଯାଇଥିଲେ। ହେଲେ ତହସିଲଦାର ଦୋକାନ ସିଲ୍ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଯାଏ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ଏମିତିକି ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ତହସିଲଦାର ଓ ତାଙ୍କ କର୍ମଚାରୀଙ୍କୁ ଅଟକାଇବା ସହ ଗାଡ଼ିକୁ ଛାଡ଼ି ନଥିଲେ। ପରେ ପାଟପୁର ପୋଲିସ୍ ପହଞ୍ଚି ତହସିଲଦାରଙ୍କୁ ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/asika_1625496078.jpg)