Advertisment

Liquor-Laden Car Falls Into Canal: କେନାଲରେ ଭାସିଲା ମଦ ବୋଝେଇ କାର, ପୋଲିସକୁ ଦେଖି ଚମ୍ପଟ ମାରିଲା ଡ୍ରାଇଭର

ମଦ ନେଇ ଯାଉଥିଲା, କେନାଲରେ ଖସିପଡ଼ିଲା। କେନାଲ ଭିତରେ ଭାସିଲା ମଦ ବୋଝେଇ କାର୍। ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଚେଷ୍ଟା। ପୋଲିସ୍ ଓ ମଦ ମାଫିଆଙ୍କ ମଧ୍ୟରେ ଛକାପଞ୍ଝା।

Liquor-Laden Car Falls Into Canal

Liquor-Laden Car Falls Into Canal Photograph: (OTV)

Advertisment

ମଦ ନେଇ ଯାଉଥିଲା, କେନାଲରେ ଖସିପଡ଼ିଲା। କେନାଲ ଭିତରେ ଭାସିଲା ମଦ ବୋଝେଇ କାର୍। ବାଲେଶ୍ବର ଜଳେଶ୍ବର ୫୭ନଂ ରାଜ୍ୟ ରାଜପଥ ବାଟ ଗାଁ ନିକଟରେ ପାଟ୍ରୋଲିଂ ବେଳେ ଏକ କାର ଉପରେ ସନ୍ଦେହ କରି ପୋଲିସ୍ ଅଟକାଇଥିଲା। ପୋଲିସକୁ ଦେଖି ସେଠୁ ଚମ୍ପଟ ମାରିଥିଲା ପଶ୍ଚିମବଙ୍ଗ ନମ୍ବର ବିଶିଷ୍ଟ ଏଇ କାର୍। 

Advertisment

ପୋଲିସ୍ ଓ ମଦ ମାଫିଆଙ୍କ ମଧ୍ୟରେ କିଛି ସମୟ ପାଇଁ ଛକାପଞ୍ଝା ଚାଲିଥିଲା। ତେବେ ବେଶି ବାଟ ଯାଇ ନପାରି ବ୍ରାହ୍ମଣଦା ନିକଟରେ କେନାଲ ତଳକୁ ଖସି ପଡିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ମାରିଥିବା ବେଳେ କାରରୁ ୮ ବସ୍ତା ଦେଶୀ ମଦ ଜବତ କରିଛି ପୋଲିସ୍।

Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ