Advertisment

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର: ବ୍ରହ୍ମପୁରରେ ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଆଜି ରାୟ ଶୁଣାଇଛନ୍ତି ଖଲ୍ଲିକୋଟ ଏଡିଜେ। ଏହି ଘଟଣାର ୫ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଦଣ୍ଡବିଧାନ ହୋଇଛି। ସମସ୍ତଙ୍କୁ  ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି। ୨୦୧୪ ମେ ୨୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଖଲିକୋଟ୍ ନିକଟରେ ସାମ୍ବାଦିକ ତରୁଣଙ୍କୁ ହତ୍ୟା କରାଯାଇଥିଲା । ଖଲ୍ଲିକୋଟ ଏଡିଜେ କୋର୍ଟ  ୪୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଦୀର୍ଘ ୫ ବର୍ଷ ପରେ […]

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

ry

Advertisment

ବ୍ରହ୍ମପୁର: ବ୍ରହ୍ମପୁରରେ ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଆଜି ରାୟ ଶୁଣାଇଛନ୍ତି ଖଲ୍ଲିକୋଟ ଏଡିଜେ। ଏହି ଘଟଣାର ୫ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଦଣ୍ଡବିଧାନ ହୋଇଛି। ସମସ୍ତଙ୍କୁ  ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି। ୨୦୧୪ ମେ ୨୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଖଲିକୋଟ୍ ନିକଟରେ ସାମ୍ବାଦିକ ତରୁଣଙ୍କୁ ହତ୍ୟା କରାଯାଇଥିଲା ।

Advertisment

ଖଲ୍ଲିକୋଟ ଏଡିଜେ କୋର୍ଟ  ୪୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଦୀର୍ଘ ୫ ବର୍ଷ ପରେ ଏହି ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ଖଲ୍ଲିକୋଟ ଅଞ୍ଚଳର କାଜୁ ଫ୍ୟାକ୍ଟ୍ରିରେ ଶିଶୁ ଶ୍ରମିକଙ୍କୁ କାମରେ ଲଗାଯାଉଥିବା ଖବର ପ୍ରକାଶ କରିଥିଲେ ତରୁଣ । ଫଳରେ ସେ ଜନୈକ କାଜୁ ବ୍ୟବସାୟୀ  ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ଆକ୍ରୋଶର ଶିକାର ହୋଇଥିଲେ । ୨୦୧୪ ମସିହା ମେ ମାସ ୨୭ ତାରିଖରେ ତରୁଣ ଘରକୁ ଫେରୁଥିବା ବେଳେ ଖଲ୍ଲିକୋଟ ଥାନା ନିକଟରେ ସୁପାରି କିଲର୍ ଦ୍ୱାରା ଗଳାକାଟି ତାଙ୍କର ହତ୍ୟା କରାଯାଇଥିଲା।  ଏଥିରେ ମୋଟ ୬ଜଣଙ୍କ ସଂପୃକ୍ତି ଅଭିଯୋଗ ହୋଇଥିବା ବେଳେ ୫ଜଣଙ୍କୁ ଧରିପାରିଥିଲା ପୋଲିସ। ୨୦୧୫ ମସିହାରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଆଜି କୋର୍ଟ ଦୋଷୀଙ୍କୁ ଦଣ୍ଡବିଧାନ କରିବା ପରେ ମୃତକଙ୍କ ପରିବାର ଲୋକେ ବିଳମ୍ବରେ ହେଲେ ବି ନ୍ୟାୟ ମିଳିଥିବା କହିଛନ୍ତି।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ