Advertisment

ପଲଙ୍କ ଉପରେ କମ୍ବଳ ଘୋଡ଼ାଇ ହୋଇ ପଡ଼ିଛି ବାପାମା ଓ ଦୁଇ ଛୁଆଙ୍କ ମରଶରୀର

ସୁନ୍ଦରଗଡ଼ : ବାହାରେ ତାଲା ଝୁଲୁଛି ଓ ଭିତରେ ପଡ଼ିଛି ମୃତଦେହ। ଜଣେ କି ଦୁଇ ଜଣ ନୁହଁ, ଦୁଇ ପିଲା ଏବଂ ବାପା, ମାଆଙ୍କ ମରଶରୀର ପଡ଼ିଛି ବନ୍ଦ ଘରେ। ଗୋଟିଏ ପଲଙ୍କରେ କମ୍ବଳ ଘୋଡ଼ାଇ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଏହି ୪ ଜଣ ହେଲେ ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପରିବାର। ଗୋଟିଏ କଡ଼ରେ ପତ୍ନୀ ଅଳ୍ପନା ଆଉ ମଝିରେ ଦୁଇ କୁନି ପିଲାଙ୍କ ମୃତଦେହ। ଘର […]

ପଲଙ୍କ ଉପରେ କମ୍ବଳ ଘୋଡ଼ାଇ ହୋଇ ପଡ଼ିଛି ବାପାମା ଓ ଦୁଇ ଛୁଆଙ୍କ ମରଶରୀର

k

Advertisment

ସୁନ୍ଦରଗଡ଼ : ବାହାରେ ତାଲା ଝୁଲୁଛି ଓ ଭିତରେ ପଡ଼ିଛି ମୃତଦେହ। ଜଣେ କି ଦୁଇ ଜଣ ନୁହଁ, ଦୁଇ ପିଲା ଏବଂ ବାପା, ମାଆଙ୍କ ମରଶରୀର ପଡ଼ିଛି ବନ୍ଦ ଘରେ। ଗୋଟିଏ ପଲଙ୍କରେ କମ୍ବଳ ଘୋଡ଼ାଇ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଏହି ୪ ଜଣ ହେଲେ ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପରିବାର।

Advertisment

ଗୋଟିଏ କଡ଼ରେ ପତ୍ନୀ ଅଳ୍ପନା ଆଉ ମଝିରେ ଦୁଇ କୁନି ପିଲାଙ୍କ ମୃତଦେହ। ଘର ବାହାରେ ଫାଟିପଡ଼ୁଛି ଦୁର୍ଗନ୍ଧ। କିଏ କହୁଛନ୍ତି ହତ୍ୟା ତ ଆଉ କିଏ କହୁଛନ୍ତି ଆତ୍ମହତ୍ୟା।

ପଡ଼ୋଶୀଙ୍କ କହିବା କଥା ହେଲା, ଗତ ଗୁରୁବାର ରାତିଠୁ ଆଉ କାହାରି ଦେଖାମିଳିନଥିଲା। ଆଜି ସକାଳେ ଦୁର୍ଗନ୍ଧ ହେବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିଛି ପୁଲିସ।

Advertisment

publive-image

ଭିନ୍ନ ଜାତିରେ ହୋଇଥିଲେ ବି ରଞ୍ଜିତ ଓ ଅଳ୍ପନା କିଛିବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କ ପ୍ରେମ ବିବାହରେ ଖୁସିନଥିଲେ ପରିବାର ଲୋକେ। ତଥାପି ୩ ବର୍ଷର ଝିଅ ଓ ଦେଢ଼ ବର୍ଷର ପୁଅକୁ ନେଇ ହସଖୁସିରେ ଚାଲୁଥିଲା ସଂସାର।

ଗଲା ୪ ମାସ ହେଲା ରାଜଗାଙ୍ଗପୁରର ଆଇଟି କଲୋନୀର ଏହି କ୍ୱାର୍ଟର୍ସରେ ରହି ଆସୁଥିଲେ ସମସ୍ତେ। ତେବେ ୪ ଜଣଙ୍କ କେମିତି ହେଲା ମୃତ୍ୟୁ? କୌଣସି ଅଘଟଣରୁ ନା ଦୁଇ ପିଲାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ଦମ୍ପତି? ଖଟ ପାଖ ଟେବୁଲ୍‌ରେ ଦୁଇଟି ପାତ୍ରରେ କ୍ଷୀର ମଧ୍ୟ ରଖାଯାଇଛି।

Advertisment

ତେଣୁ ଏହି କ୍ଷୀରରେ ବିଷ ମିଶାଇ ଏମାନେ ପିଇ ନାହାଁନ୍ତି ତ ? ତାସହ ଖଟ ତଳେ ଏକ ଅଙ୍ଗାର ଭର୍ତ୍ତି ବାଲ୍‌ଟି ବି ମିଳିଛି। ତେଣୁ ସେହି ନିଆଁର ଧୁଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥାଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରି ଖୋଳତାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ