Advertisment

Geeta Patnaik: ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ସମ୍ପର୍କୀୟ ଭାଇ

ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ। କଟକ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଲେ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର।

Geeta Patnaik

Geeta Patnaik Photograph: (OTV)

Advertisment

ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ। କଟକ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଲେ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର। ଗତକାଲି ସନ୍ଧ୍ୟାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ୭୩ ବର୍ଷ ବୟସରେ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। 

Advertisment

ଗତ ୧୨ ତାରିଖରେ ଭୁବନେଶ୍ବରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବ୍ରେନଷ୍ଟ୍ରୋକର ଶିକାର ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ବଂଚାଇବାକୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। 

୧୯୭୦ରୁ ଓଡ଼ିଆ ସଙ୍ଗୀତ ଜଗତରେ ଶୁଣିବାକୁ ମିଳିଥିଲା ଗୀତା ପଟ୍ଟନାୟକଙ୍କ ସୁରିଲା ସ୍ବର। ୧୯୭୧ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ। ଅକ୍ଷୟ ମହାନ୍ତିଙ୍କ ଅନେକ ଗୀତରେ କଣ୍ଠଦାନ କରି ଶ୍ରୋତାଙ୍କ ପ୍ରିୟ ଗାୟକ ପାଲଟିଥିଲେ। ପ୍ରାୟ ୧୫ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି। 

Advertisment

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।  ଓଡ଼ିଶା ସଙ୍ଗୀତ ନାଟକ ଏନାଡ଼େମୀ ପୁରସ୍କାର, ଓଡ଼ିଶା ଗୀତିକବି ସମ୍ମାନ ଭଳି ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦୀ, ଗୁଜରାଟୀ, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ସେ ଗୀତ ଗାଇଛନ୍ତି। ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ପାଇଁ ବେଶ୍ ପରିଚିତ ଥିଲେ ଗୀତା।

Odia veteran singer Geeta Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ