Advertisment

୨୪ ଘଂଟାରେ ୨୨ ଜଣଙ୍କ ମୁଣ୍ଡ ନେଲା କରୋନା

ରାଜ୍ୟରେ ଥମିବାରେ ନା ନେଉନାହିଁ କରୋନା ମୃତ୍ୟୁସଂଖ୍ୟା। ଗତ ୨୪ ଘଂଟାରେ ପୁଣି ଉପରମୁହାଁ ରହିଛି କରୋନା ମୃତ୍ୟୁଟ୍ରେଣ୍ଡ୍‌। ୨୪ ଘଂଟାରେ ୨୨ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଯାହାକୁ ନେଇ ଏବେ ଚିନ୍ତା ବଢିଛି।

author-image
Sarbeswar
ଅଦ୍ୟତନ ହୋଇଛି
ସକାଳ ୭ଟା ବେଳର ମୁଖ୍ୟ ଖବର

corona death

ଭୁବନେଶ୍ୱର:   ୨୪ ଘଂଟାରେ ୨୨ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ୍‌୨୩୫୭କୁ ବୃଦ୍ଧି ପାଇଲାଣି ମୃତକଙ୍କ ସଂଖ୍ୟା। ଆଜି ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା, ନୂଆପଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏଁ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ  ଗଜପତି, କୋରାପୁଟ, ରାୟଗଡ଼ାରୁ ୨ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାସହ ବଲାଙ୍ଗିର ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି।

Advertisment

ତେବେ ଓଡ଼ିଶାରେ ଆଜି ବି ୧୦ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୧୦,୭୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ୮୧୯ ଓ କଟକରୁ ୭୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫,୭୭୯ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୪,୫୪୨ ରହିଛି।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୩,୩୦୨ରେ ରହିଛି। ଆକ୍ଟିଭ୍‌ କେସ୍‌-୧,୦୪,୫୩୯ ଥିବାବେଳେ ୫,୨୬,୩୫୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେପଟେ, ଗତକାଲି କରୋନାକୁ ନେଇ ବସିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଏଏନଏମ୍ କର୍ମୀ ଓ ଆଶାକର୍ମୀ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ ଚାଲୁ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସର୍ଭେରେ ନିୟୋଜିତ ଥିବା ଆଶାକର୍ମୀ ଓ ଏଏନଏମ୍ କର୍ମୀଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯିବ । ଖାଲି ସେତିକି ନୁହେଁ ସଙ୍ଗରୋଧ ଦାୟିତ୍ୱରେ ଥିବା ଆଶାକର୍ମୀଙ୍କୁ ସାଇକେଲ୍, ଚପଲ, ଛତା, ଟର୍ଚ୍ଚ, ପାଇଁ ୧୦ ହଜାର ଟଙ୍କା ଦିଆଯିବ। ସେହିଭଳି କୋଭିଡ୍ ନିୟନ୍ତ୍ରଣରେ ଏଣିକି ଗାଁ କଲ୍ୟାଣ ସମିତି ସାମିଲ୍ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ମଧ୍ୟ ବିଭିନ୍ନ ଖର୍ଚ୍ଚ ପାଇଁ ୧୦ ହଜାର ଟଙ୍କା ଦିଆଯିବ । ଅନ୍ୟପଟେ ଲକଡାଉନ୍ ଓ ଟିଏମସି ସଂପର୍କରେ ନିଷ୍ପତ୍ତି ନେବେ ସରପଞ୍ଚ । ତେବେ ଘରକୁ ଘର ସର୍ଭେ ହେଲେ ସଂକ୍ରମିତଙ୍କ ସଂଖ୍ୟା କମିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ କମିବ ବୋଲି କୁହାଯାଉଛି।

Corona Breaking News
Advertisment
Advertisment