/odishatv-khabar/media/post_attachments/uploadimage/library/16_9/16_9_0/corona-virus-55_1621136088.jpg)
Corona
ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ- ୮୭୦, ଅନୁଗୁଳ- ୭୦୦, ସୁନ୍ଦରଗଡ଼- ୬୪୧ ସମ୍ବଲପୁର- ୫୩୮, ବାଲେଶ୍ୱର- ୪୭୨, ମୟୂରଭଞ୍ଜ- ୪୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁର- ୪୧୭, ଭଦ୍ରକ- ୪୧୪, ବଲାଙ୍ଗିର- ୪୦୧, ଝାରସୁଗୁଡ଼ା- ୩୯୧, ପୁରୀ- ୩୯୦, ଯାଜପୁର- ୩୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁର- ୩୩୦, କୋରାପୁଟ- ୨୮୯, ବୌଦ୍ଧରୁ- ୨୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଭାବରେ କଳାହାଣ୍ଡି- ୨୭୪, ନବରଙ୍ଗପୁର- ୨୬୧, ଗଞ୍ଜାମ- ୨୫୯, ସୁବର୍ଣ୍ଣପୁର- ୨୫୫, ରାୟଗଡ଼ା- ୨୪୫ ଏବଂ ନୂଆପଡ଼ା ଓ କେନ୍ଦୁଝରରୁ ୨୨୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଢେଙ୍କାନାଳରୁ ୧୫୩ ଚିହ୍ନଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି- ୧୪୫, କେନ୍ଦ୍ରାପଡ଼ା- ୧୩୯, ଦେବଗଡ଼- ୧୨୯, କନ୍ଧମାଳରୁ ୮୪ ଏବଂ ଗଜପତି ଜିଲ୍ଲାରୁ ୭୭ ଆକ୍ରାନ୍ତ ଚିହ୍ନଟ ହେବା ସହ ଆଜି ଷ୍ଟେଟ୍ ପୁଲ୍ର ସଂଖ୍ୟା ୨୬୭ ରହିଛି।
ସେପଟେ ଆଜି ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪, ଅନୁଗୁଳରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲାରୁ ମଧ୍ୟ ୩ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ ବରଂ ଗଜପତି, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ମୃତ ହୋଇଥିବା ବେଳେ ନବରଙ୍ଗପୁର ଓ ନୟାଗଡ଼ରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୩୧୩କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)