Advertisment

୨୪ ଘଂଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି।

author-image
Sarbeswar
ଅଦ୍ୟତନ ହୋଇଛି
୨୪ ଘଂଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ

corona

  • ଦିନକରେ ୧୭ ମୃତ
  • ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ
  • ରାଜ୍ୟରେ ଆଜି ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ
  • ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ପଜିଟିଭ ଚିହ୍ନଟ
  • ସୁନ୍ଦରଗଡ଼- ୧୧୮୬, କଟକ- ୯୬୩, କଳାହାଣ୍ଡି- ୫୭୧
  • ବରଗଡ଼- ୫୪୩, ଅନୁଗୁଳ- ୩୮୮, ଯାଜପୁର- ୩୭୩
  • ୨୪ ଘଣ୍ଟାରେ ସର୍ବାଧିକ ୧୭ ଜଣଙ୍କ ମୃତ୍ୟୁ
  • ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି
Advertisment

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୪୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେହିପରି ସୁନ୍ଦରଗଡ଼- ୧୧୮୬, କଟକ- ୯୬୩, କଳାହାଣ୍ଡି- ୫୭୧ବରଗଡ଼- ୫୪୩, ସମ୍ବଲପୁର- ୪୬୦, ନବରଙ୍ଗପୁର- ୪୦୪ ବରଗଡ଼- ୫୪୩, ସମ୍ବଲପୁର- ୪୬୦, ନବରଙ୍ଗପୁର- ୪୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୩୧୪ ଲେଖାଏଁ, ନୂଆପଡ଼ାରୁ ୩୦୪ ଚିହ୍ନଟ ହୋଇଛନ୍ତି। ଏହାସହ ମୟୂରଭଞ୍ଜ- ୨୮୮, ଷ୍ଟେଟ୍ ପୁଲ୍- ୨୮୨, ବୌଦ୍ଧ- ୨୫୦, ନୟାଗଡ଼- ୨୨୪, ଜଗତସିଂହପୁର- ୨୧୭, ଗଞ୍ଜାମ- ୧୯୬, କେନ୍ଦୁଝର- ୧୯୪, କୋରାପୁଟ- ୧୮୨, ଭଦ୍ରକ- ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଠିକ୍‌ ସେହିପରି ରାୟଗଡ଼ା- ୧୪୦, କେନ୍ଦ୍ରାପଡ଼ା- ୧୨୧, ଗଜପତି- ୧୧୩, ସୁବର୍ଣ୍ଣପୁର- ୧୧୨ ବାଲେଶ୍ୱର- ୯୭, ଦେବଗଡ଼ ଓ ଢେଙ୍କାନାଳରୁ ୮୮ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାସହ ମାଲକାନଗିରି- ୮୩, କନ୍ଧମାଳରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆଉ  ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି ପାଇଛି। ଏହାସହ ଷ୍ଟେଟ୍ ପୁଲରୁ ୨୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି ପାଇଛି।

Advertisment

ଏପଟେ ପ୍ରବାସୀ ରାଜ୍ୟକୁ ବହୁ ସଂଖ୍ୟାରେ ଫେରୁଥିବାରୁ ଚିନ୍ତା ବଢିଛି ରାଜ୍ୟ ସରକାରଙ୍କର। ସୂଚନା ଅନୁସାରେ, ଗଞ୍ଜାମ ଅଭିମୁଖେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ। ଜଣେ କି ଦୁଇ ଜଣ ନୁହେଁ, ସଂଖ୍ୟା ଶହ ଶହ ରହିଛି। କରୋନାର ଦ୍ୱିତୀୟ ଲହରରେ ସୁରତ ସହରରେ ସ୍ଥିତି ଅଣାୟତ୍ତ ହେବା ଏବଂ କଳ କାରଖାନା ବନ୍ଦ୍ ପରେ ଏବେ ଘର ମୁହାଁ ସୁରତରେ ରହୁଥିବା ଅଧିକାଂଶ ଓଡ଼ିଆ। ହେଲେ ବାହାର ରାଜ୍ୟରୁ ଆସିଥିବା ସମସ୍ତ ଯାତ୍ରୀଙ୍କ କଡ଼ା ଚେକିଂ କରାଯାଉଥିବା ସୂଚନା ମିଳିଛି। କିନ୍ତୁ ବାହାର ରାଜ୍ୟରୁ ଏତେ ସଂଖ୍ୟାରେ ପ୍ରବାସୀ ଆସୁଥିବାରୁ ମୁଣ୍ଡବ୍ୟଥାର କାରଣ ପାଲଟିଛି ସ୍ଥାନୀୟ ପ୍ରଶାସନର।

Advertisment
Advertisment