record
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହାତ ତିଆରି କଳାକୃତି। ପୁଣି ଥରେ ଚମକିବ ବିଶ୍ୱ ଦରବାରରେ । ଗିନିଜ ବୁକ୍ ଅଫ୍ ୱଲର୍ଡ ରେକର୍ଡରେ ସ୍ଥାନ ପାଇବ ଆଇଟିଆଇ ପରିସରରେ ଲାଗିଥିବା ୨୨ ଫୁଟ ଉଚ୍ଚର ମାଛଧରା ବନ୍ସି କଣ୍ଟା। ଏହାକୁ ତିଆରି କରିଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ। ଯେଉଁଥିରେ ଲାଗିଛି ହଷ୍ଟେଲ ଭଙ୍ଗାରୁ ବାହାରିଥିବା ଲୁହା ରଡ଼, ସ୍କ୍ରାପ ମେଟାଲ ଓ ସିଟ୍ ମେଟାଲ ।
ଫିଟର, ୱେଲଡର, ପେଣ୍ଟର ଛାତ୍ରଛାତ୍ରୀଙ୍କ ଏକ ମାସର ପରିଶ୍ରମର ଏହେଉଛି ଫଳ। ତେବେ ଏହିଭଳି ବନ୍ସି କଣ୍ଟା କଳାକୃତି ଆମେରିକାର ଟେକ୍ସାସ ଓ ଫ୍ଲୋରିଡ଼ା ସହରରେ ବି ରହିଛି । ଫ୍ଲୋରିଡ଼ାରେ ଥିବା ବନ୍ସି କଣ୍ଟାର ଲମ୍ବ ୧୦ ଫୁଟ ହୋଇଥିବା ବେଳେ ଟେକ୍ସାସରେ ଥିବା କଣ୍ଟାର ଲମ୍ବ ୧୫ ଫୁଟ ହେବା ସହ ଗିନିଜ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛି। ତେଣୁ ଆଇଟିଆଇ ପିଲାଙ୍କ ଦ୍ୱାରା ନିର୍ମିତ ବନ୍ସୀ କଣ୍ଟା ଟେକ୍ସାସ୍ ଠୁ ଆହୁରି ୬ ଫୁଟ ଅଧିକ ଲମ୍ବା ହୋଇଥିବାରୁ ଏହା ନିଶ୍ଚୟ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶାବାଦୀ ଛାତ୍ରଛାତ୍ରୀ।
ଅନ୍ୟପଟେ ଗୋପାଳପୁର ବେଳାଭୂମିରେ ମାଛ ଜେଟି ରହିଥିବାରୁ ଆଇଟିଆଇ ଏହି ରେକର୍ଡ ହାସଲ କଲେ ଗୋପାଳପୁର ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିବ ବୋଲି ପ୍ରିନ୍ସିପାଲ ଆଶାବାଦୀ ଅଛନ୍ତି । ପୂର୍ବରୁ ଆଇଟିଆଇ ପରିସରରେ ଥିବା ୬୦ ଫୁଟ ଉଚ୍ଚର ଗିଟାର ଏସିଆ ବୁକ୍ ରେକର୍ଡସ୍ରେ ସ୍ଥାନ ପାଇଥିବା ବେଳେ ୪୦ ଫୁଟ ଉଚ୍ଚର ଜିରାଫ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/record_1626688889.jpg)